ନୂଆଦିଲ୍ଲୀ: ଜାରି ରହିଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ସଦସ୍ୟଙ୍କ ବୈଠକ । ତେବେ ଏହି ବୈଠକରେ ପାକିସ୍ତାନ ପକ୍ଷରୁ ଭୁଲ ମାନଚିତ୍ର ଉପସ୍ଥାପନ କରିଥିଲା । ଏହି କାରଣରୁ ଏସିଓର ଏନଏସଏସ୍ତରୀୟ ବୈଠକ ଅଧାରୁ ଉଠିଆସିଲେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏସିଓ ବୈଠକରେ ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭୁଲ ମାନଚିତ୍ର ଦେଖାଇବାରୁ ଏନଏସଏ ଡୋଭାଲ ପ୍ରତିବାଦ ସ୍ବରୂପ ବୈଠକରୁ ଓହରିଯାଇଥିବା ଭାରତର ବୈଦେଶୀକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆୟୋଜକଙ୍କ ପରାମର୍ଶ ପରେ ଭାରତୀୟ ପକ୍ଷ ବିରୋଧ ପ୍ରଦର୍ଶନ କରି ବୈଠକରୁ ଓହରିଛନ୍ତି । ନିକଟରେ ଇମ୍ରାନ ଖାନ ସରକାର ପାକିସ୍ତାନର ଏକ ନୂତନ ମାନଚିତ୍ର ଜାରି କରିଥିଲେ ।
ନୂତନ ମାନଚିତ୍ରରେ ପାକିସ୍ତାନ ସମଗ୍ର ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ନିଜର ବୋଲି ଦର୍ଶାଇଛି । ଏଥିରେ ଜୁନାଗଡକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଇଛି । ପାକିସ୍ତାନ ଏହି ମାନଚିତ୍ରକୁ ବୈଠକର ପୃଷ୍ଠଭୂମିରେ ରଖିଥିଲା ।