ETV Bharat / bharat

ବ୍ରିକ୍ସ ସମ୍ମିଳନୀରେ ପ୍ରସ୍ତୁତ ହେଲା ଆତଙ୍କବାଦୀ ବିରୋଧି ରଣନୀତି

ବ୍ରିକ୍ସ ଦେଶ ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏହି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

ବ୍ରିକ୍ସ ସମ୍ମିଳନୀରେ ସାମିଲ ହେଲେ ଅଜିତ ଡୋଭାଲ

author img

By

Published : Sep 18, 2020, 9:29 AM IST

ନୂଆଦିଲ୍ଲୀ: ବ୍ରିକ୍ସ ଦେଶ ସମୂହର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଏହି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅନଲାଇନ ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇଥିଲେ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ବୈଠକରେ ଆତଙ୍କବାଦୀ ବିରୋଧୀ ରଣନୀତି ପ୍ରସ୍ତୁତ ହୋଇଛି ।

ବ୍ରାଜିଲ, ରୁଷିଆ, ଭାରତ,ଚୀନ, ଦକ୍ଷିଣ ଆଫ୍ରିକା(ବିକ୍ସ ଗୋଷ୍ଠୀ)ର ସୁରକ୍ଷା ପରାମର୍ଶଦାତାଙ୍କ ଏହି ବୈଠକରେ ବିଶ୍ବ, ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଭର୍ଚୁଆଲ ବୈଠକରେ ରୁଷିଆ ପକ୍ଷରୁ ଆୟୋଜନ କରାଯାଇଛି । ରୁଷର ଜଣେ ଅଧିକାରୀଙ୍କ ଅନୁସାରେ, ବିଶ୍ବ ତଥା ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ବିଚାର ବିମର୍ଶ କରିବା ବ୍ୟତୀତ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ଲଢେଇ ଉପରେ ଆଲୋଚନା ହୋଇଛି ।

ବ୍ରିକ୍ସର 5 ଦେଶ ଆତଙ୍କବାଦୀ ବିରୋଧରେ ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହାକୁ ଆସନ୍ତା ବ୍ରିକ୍ସ ସମ୍ମିଳନୀରେ ଅନୁମୋଦ ପାଇଁ ଉପସ୍ଥାପନା କରାଯିବ । ଏହି ଡ୍ରାଫ୍ଟର ରଣନୀତିରେ କୌଣସି ଦେଶ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରରେ ହସ୍ତକ୍ଷେପ କରିବ ନାହିଁ ବୋଲି କୁହାଯାଇଛି । କାରଣ ଅନ୍ୟର ଅଖଣ୍ଡତାକୁ ସମ୍ମାନ ଜଣାଇବାକୁ ହେବ । ସୁରକ୍ଷା ମାମଲାରେ ଅନ୍ତର୍ଜାତୀୟ ଆଇନର ପାଳନ ଓ ସଂଯୁକ୍ତ ରାଷ୍ଟ୍ରର କେନ୍ଦ୍ରୀୟ ଭୂମିକାକୁ ପ୍ରାଥମିକତା ଦେବାକୁ ମଧ୍ୟ ଡ୍ରାଫରେ କୁହାଯାଇଛି ।

ସୂଚନାଯୋଗ୍ୟ, ବୈଠକ ସମୟରେ ଭାରତ ଓ ଚୀନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ । କାରଣ ଏହା ଏକ ଭର୍ଚୁଆଲ ମିଟିଂ ହୋଇଥିବାରୁ ଦ୍ବିପାକ୍ଷିକ ଆଲୋଚନା ସମ୍ଭବ ନଥିଲା । ବ୍ରିକ୍ସ ସମୂହର 10ମ ବୈଠକରେ ଚୀନ ଷ୍ଟେସ କାଉନସିଲର ୟାଙ୍ଗ ଜିଏଚି ଓ ରୁଷିଆ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.