ETV Bharat / bharat

‘ନିପାତ ହେଉଛନ୍ତି ଆତଙ୍କୀ, ମୂଳପୋଛ ହେବ ବିଚାରଧାରା’

ସୋମବାର ନୂଆଦିଲ୍ଲୀ ଠାରେ ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା)ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ।

ଫାଇଲ ଫଟୋ
author img

By

Published : Oct 14, 2019, 3:46 PM IST

Updated : Oct 14, 2019, 5:07 PM IST

ନୂଆଦିଲ୍ଲୀ: ପୁଣି ଆତଙ୍କୀ ଦମନକୁ ନେଇ ସ୍ବର ଉଠାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଆତଙ୍କବାଦୀକୁ ପାକିସ୍ତାନ ପ୍ରଶୟ ଦେଇ ଆସୁଥିବାବେଳେ ଏହା ପାକ୍‌ର ଏକ ରାଷ୍ଟ୍ରନୀତି ପାଲଟିଛି । ଆଉ ଫଳସ୍ବରୂପ ଭାରତ ବିରୋଧରେ ଷଡଯନ୍ତ୍ର ରଚିଛି । କିନ୍ତୁ ଏଥର ପାକିସ୍ତାନର କୌଣସି ପ୍ରକାର ଚାଲ ସଫଳ ହେବ ନାହିଁ । କାରଣ ଏକ ନୂତନ ଋଣକୌଶଳ ମାଧ୍ୟମରେ ଏହାର ଯବାବ ଦିଆଯିବ । ଯାହା ଏକ ନୂଆ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ଡୋଭାଲ ।

ଆଜି (ସୋମବାର) ନୂଆଦିଲ୍ଲୀରେ ଏନଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା)ର ବୈଠକରେ ଆତଙ୍କବାଦୀ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଡୋଭାଲ । 3 ଦଶକ ଧରି ଆତଙ୍କବାଦୀଙ୍କୁ ବିରୋଧ କରାଯାଉଛି । କିନ୍ତୁ କେହିବି ସିଧାସଳଖ ଆତଙ୍କୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । କିନ୍ତୁ ଏଥର ଆତଙ୍କୀଙ୍କୁ ମୂଳପୋଛ କରିବାକୁ ହେଲେ ପ୍ରଥମେ ତାଙ୍କର ବିଚାରଧାରାକୁ ନିପାତ କରିବାକୁ ହେବ ବୋଲି କହିଛନ୍ତି ଡୋଭାଲ ।

ଆତଙ୍କୀ ବିରୋଧରେ ଭାରତୀୟ ସେନା, NIB, IB, RAW ସଂସ୍ଥା ଅଲଗା ଅଲଗା କାମ କରୁଅଛି । ହେଲେ ଏମାନଙ୍କୁ ପ୍ରଥମେ ସାମ୍ନା କରିଛି ରାଜ୍ୟରେ ଥିବା ଗୁଇନ୍ଦା ସଂସ୍ଥା । କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦିଆଯାଇଛି । ଏଥିସହ ଆତଙ୍କବାଦୀଙ୍କ ମନି ଲଣ୍ଡ୍ରିଂ କ୍ଷେତ୍ରରେ କଡା ପଦକ୍ଷେପ ଗ୍ରହଣ କରାଯିବା ହିଁ ଏନଆଇଏର ସଫଳତା ବୋଲି ଡୋଭାଲ କହିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Oct 14, 2019, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.