ETV Bharat / bharat

ଅମରାବତୀ ପ୍ରସଙ୍ଗ: ଜଗନ ରେଡ୍ଡୀଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟ କାଠଗଡାକୁ ଟାଣିଲେ NRI - NRIs drag Jagan to International Court

ଆନ୍ଧ୍ରପ୍ରଦେଶରେ 3ଟି ରାଜଧାନୀ ପ୍ଲାନକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବଢିଲା ଚିନ୍ତା । ଜଗନଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ଅଦାଲତରେ ପିଟିସନ ଦାଖଲ କଲେ ଜଣେ ପ୍ରବାସୀ ଭାରତୀୟ ଆଇନଜୀବୀ । ଅଧିକ ପଢନ୍ତୁ...

ଅମରାବତୀ ପ୍ରସଙ୍ଗ: ଜଗନ ରେଡ୍ଡୀଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟର କାଠଗଡାକୁ ଟାଣିଲେ NRI

author img

By

Published : Mar 4, 2020, 9:23 PM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଅମରାବତୀ ସମେତ 3ଟି ରାଜଧାନୀ ପ୍ଲାନକୁ ନେଇ ବିଭିନ୍ନ ଅଡୁଆ ପରିସ୍ଥିତିର ସାମ୍ନା କରୁଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ବିଶାଖାପାଟନମରେ ଏଗ୍‌ଜିକ୍ୟୁଟିଭ ଓ କର୍ଣ୍ଣୁଲରେ ଆଇନଗତ ରାଜଧାନୀ ସ୍ଥାପନ କରି ଅମରାବତୀକୁ କେବଳ ବିଧାନସଭା ରାଜଧାନୀ ଭାବରେ ସୀମିତ ରଖିବାକୁ ଜଗନ ରେଡ୍ଡୀ ନିଷ୍ପତ୍ତି ନେଇଥିଲେ । ଅମରାବତୀ ରାଜଧାନୀ ଅଞ୍ଚଳର 29 ଟି ଗାଁର କୃଷକ, ବିରୋଧୀ ଦଳ ତଥା ନାଗରିକ ସଙ୍ଗଠନ ପ୍ରାୟ ତିନିମାସ ଧରି ଏହି ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ କରୁଛନ୍ତି । ଅମରାବତୀକୁ କେବଳ ଆନ୍ଧ୍ରପ୍ରଦେଶର ରାଜଧାନୀ ରଖିବାକୁ ଏମାନେ ଦାବି କରିଆସୁଛନ୍ତି । ପୂର୍ବରୁ ଏହି ମାମଲା ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ବିଚାରଧିନ ଥିବା ବେଳେ ଏବେ ଏହା ଆନ୍ତରାଷ୍ଟ୍ରୀୟ ଅଦାଲତରେ ବି ପହଞ୍ଚିସାରିଛି ।

ରାଜଧାନୀର ଚାଷୀଙ୍କ ସଙ୍ଘର୍ଷ ଓ ବିଭିନ୍ନ ସଙ୍ଗଠନର ଦାବିକୁ ସମର୍ଥନ କରି ଜଣେ ପ୍ରବାସୀ ଭାରତୀୟ ଅନ୍ତରାଷ୍ଟ୍ରୀୟ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ସରକାର ଚାଷୀଙ୍କ ସହ ଚୁକ୍ତିନାମାକୁ ଉଲ୍ଲଙ୍ଘନ କରୁଥିବା ବେଳେ ମାନବାଧିକାର କ୍ଷୁର୍ଣ୍ଣ କରୁଥିବା ଏହି ଆବେଦନରେ ଦର୍ଶାଯାଇଛି ।

ଅମରାବତୀକୁ ହିଁ ଆନ୍ଧ୍ରପ୍ରଦେଶର ରାଜଧାନୀ ରଖିବା ପାଇଁ କୃଷକଙ୍କ ଆନ୍ଦୋଳନକୁ ହେଗରେ ଥିବା ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ଆଇନଜୀବୀ କାଭେଟି ଶ୍ରୀନିବାସ ରାଓ ଏହି ପିଟିସନ ଦାଖଲ କରିଛନ୍ତି। ସେ ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର 3ଟି ରାଜଧାନୀ ପ୍ଲାନ ସରକାର ଓ କୃଷକଙ୍କ ସହ ହୋଇଥିବା ଚୁକ୍ତିନାମାକୁ ଉଲଙ୍ଘନ କରୁଛି ।

ରାଓଙ୍କ ଚିଠି ପାଇବା ପରେ ଆନ୍ତର୍ଜାତୀୟ ନ୍ୟାୟାଳୟର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ବିଭାଗର ମୁଖ୍ୟ ମାର୍କ ପି ଡିଲାନ୍ ସୋମବାର କହିଛନ୍ତି ଯେ ଆପଣ ଆମ କାର୍ଯ୍ୟାଳୟର ଯୋଗାଯୋଗ ରେଜିଷ୍ଟରକୁ ପଠାଇଥିବା ସମାନ ସୂଚନା ଆମେ ଅଦାଲତକୁ ପଠାଇଛୁ। ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିୟମ ଅନୁଯାୟୀ ଆମେ ଆପଣଙ୍କ ଆବେଦନକୁ ଯାଞ୍ଚ କରିବୁ ଏବଂ ଉପଯୁକ୍ତ ସମୟରେ ଏହା ଉପରେ ଆମର ନିଷ୍ପତ୍ତି ଜଣାଇବୁ। ଅନ୍ୟପକ୍ଷେ ଶ୍ରୀନିବାସ ରାଓ ଖୁବ୍ ଶୀଘ୍ର ଅମରାବତୀରେ ମାନବାଧିକାର ଉଲଙ୍ଘନ ସମ୍ପର୍କରେ ଜେନେଭାରେ ମିଳିତ ଜାତିସଙ୍ଘ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.