ରାଞ୍ଚି: ଝାଡଖଣ୍ଡ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟାର୍ଗେଟ । ଅନୁପ୍ରବେଶକାରୀ ରାହୁଲ ଗାନ୍ଧୀଙ୍କ ଦାଦା ପୁଅ ଭାଇ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନାନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)କୁ ନେଇ ବଡ ଘୋଷଣା କରିଛନ୍ତି । ସାରା ଦେଶରେ ଏନଆରସି ଲାଗୁ କରିବାକୁ ସେ 2024 ପର୍ଯ୍ୟନ୍ତ ଲକ୍ଷ୍ୟ ରଖିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏନଆରସି ରିପୋର୍ଟ ମାଧ୍ୟମରେ ସମସ୍ତ ଅନୁପ୍ରବେଶକାରୀଙ୍କ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯିବ ।
ଅପରପକ୍ଷେ ପଶ୍ଚିମବଙ୍ଗର ଉପନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଅନେକ ଦଳକୁ ମହଙ୍ଗା ପଡିଥିଲା । କାରଣ ଏନଆରସିକୁ ନେଇ ଲୋକଙ୍କ ଭିନ୍ନ ଭିନ୍ନ ମତ ରହିଛି । କିନ୍ତୁ ବିରୋଧୀ ଦଳର ଆପତ୍ତି ସତ୍ତ୍ବେ ଏନଆରସିକୁ ସାରା ଦେଶରେ ଲାଗୁ କରାଯିବ । ସୋମବାର ଅମିତ ଶାହ ଝାଡଖଣ୍ଡର ଚକ୍ରଧରପୁର ଓ ବହରାଗୋଡାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ସାରା ଦେଶରେ ଏନଆରସି ଲାଗୁ କରିବା ସହ 2024 ସାଧାରଣ ନିର୍ବାଚନ ପୂର୍ବରୁ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବା ପ୍ରସଙ୍ଗ ଉଠାଇଥିଲେ ।