ETV Bharat / bharat

ଏଣିକି ଫେସବୁକରୁ ଗୁଗୁଲ ଫଟୋକୁ ସିଧାସଳଖ ଟ୍ରାନ୍ସଫର ହେବ ଡାଟା - ଟେକ୍ନୋଲୋଜି ନ୍ୟୁଜ୍‌

କୋରୋନା ଜନିତ ଲକଡାଉନ ସମୟରେ ଫେସବୁକ ଲଞ୍ଚ କରିଛି ଆଉ ଏକ ନୂଆ ଫିଚର । ଏହି ଫିଚର ଅନୁଯାୟୀ ଏବେ ଫେସବୁକରୁ ଗୁଗୁଲ ଫଟୋକୁ ସିଧାସଳଖ ଟ୍ରାନ୍ସଫର କରିହେବ ଫଟୋ ଓ ଭିଡିଓ ।

data transfer from facebook to google photos, facebook latest feature, data transfer project, technology news, latest technology news, ଫେସବୁକରୁ ଗୁଗୁଲ ଫଟୋକୁ ଡାଟା ଟ୍ରାନ୍ସଫର, ଫେସବୁକ ଲାଟେଷ୍ଟ ଫିଚର, ଡାଟା ଟ୍ରାନ୍ସଫର ପ୍ରୋଜେକ୍ଟ , ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଏଣିକି ଫେସବୁକରୁ ଗୁଗୁଲ ଫଟୋକୁ ସିଧାସଳଖ ଟ୍ରାନ୍ସଫର ହେବ ଡାଟା
author img

By

Published : May 2, 2020, 6:52 AM IST

ହାଇଦ୍ରାବାଦ: କୋରୋନା ଲକଡାଉନ ସମୟରେ ଫେସବୁକ ଲଞ୍ଚ କରିଛି ଆଉ ଏକ ନୂଆ ଫିଚର । ଏହି ଫିଚର ଅନୁଯାୟୀ ଏବେ ଫେସବୁକରୁ ଗୁଗୁଲ ଫଟୋକୁ ସିଧାସଳଖ ଟ୍ରାନ୍ସଫର କରିହେବ ଫଟୋ ଓ ଭିଡିଓ । ଏହି ଫିଚର ବର୍ତ୍ତମାନ କେବଳ ୟୁଏସ ଓ କାନାଡାରେ ରୋଲ ଆଉଟ ହୋଇଥିବା ବେଳେ ଆଗାମୀ ଦିନରେ ଏହା ବିଶ୍ବର ଅନ୍ୟ ରାଷ୍ଟ୍ରମାନଙ୍କରେ ମଧ୍ୟ ରୋଲ ଆଉଟ ହେବାର ଯୋଜନା ରହିଛି ।

ଏହି ଫିଚର ଡାଟା ଟ୍ରାନ୍ସଫର ପ୍ରୋଜେକ୍ଟର ଏକ ଅଂଶ । ଏନେଇ ଗତବର୍ଷ ଫେସବୁକ, ଗୁଗୁଲ, ମାଇକ୍ରୋସଫ୍ଟ ଓ ଟ୍ବିଟର ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା । ଏହି ଚୁକ୍ତିରେ ଭାଗ ନେଇଥିବା ପ୍ଲାଟଫର୍ମଗୁଡିକ ମଧ୍ୟରେ ସହଜରେ ଡାଟା ଟ୍ରାନ୍ସଫର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯେଉଁଥିରୁ ଗୋଟିଏ ହେଉଛି ଫେସବୁକ ଲଞ୍ଚ କରିଥିବା ଏହି ନୂଆ ଫିଚର । ତେବେ ଏହି ଫିଚର ୟୁରୋପୀୟନ ୟୁନିୟନରେ ଜିଡିପିଆର (ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ)କୁ ଲଞ୍ଚ କରିଥିବା ସୂଚନା ରହିଛି ।

- ଏହି ଟୁଲକୁ ଆକ୍ସେସ କରିବାକୁ ହେଲେ ପ୍ରଥମେ ଫେସବୁକର ସେଟିଂରେ ଫେସବୁକ ଇନଫର୍ମେସନକୁ ଯାଆନ୍ତୁ ।

- ଡେସ୍କଟପରେ ନିଜ ଫେସବୁକ ଆକାଉଣ୍ଟରେ ଲଗ୍‌-ଇନ କରନ୍ତୁ । ଡାହାଣ ପାର୍ଶ୍ବରେ ଉପରେ ଥିବା ସେଟିଂକୁ ଆକ୍ସେସ ପାଇଁ ଟ୍ୟାପ କରନ୍ତୁ ।

- ବର୍ତ୍ତମାନ ‘Your Facebook Information’ ମେନ୍ୟୁକୁ ଯାଇ ‘Transfer a Copy of Your Photos or Videos’ ସିଲେକ୍ଟ କରନ୍ତୁ ।

- ଡେସ୍ଟିନେସନରେ ବର୍ତ୍ତମାନ ଆପଣଙ୍କୁ ଏକମାତ୍ର ଅପ୍ସନ ଭାବେ ଗୁଗୁଲ ଫଟୋ ଦେଖାଇବ । ଏହା ଉପରେ କ୍ଲିକ କରନ୍ତୁ ।

- ଏବେ ନିଜ ଗୁଗୁଲ ଆକାଉଣ୍ଟରେ ଲଗ ଇନ କରି ଟ୍ରାନ୍ସଫର କନଫର୍ମ କରନ୍ତୁ ।

ଫୋନରେ ମଧ୍ୟ ସମାନ ଆକରରେ ଆପଣ ଡାଟା ଟ୍ରାନ୍ସଫର କରିପାରିବେ । ତେବେ ଡାଟା ଟ୍ରାନ୍ସଫର ପ୍ରୋଜେକ୍ଟ ଏକ ନୂଆ ପ୍ରୟାସ । ଯାହା ଦ୍ବାରା ୟୁଜର୍ସ ୱେବରେ ସହଜର ନିଜ ଡାଟା ଟ୍ରାନ୍ସଫର କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.