ETV Bharat / bharat

ଏଣିକି 4ଟି ଭିନ୍ନ ଡିଭାଇସରୁ ଅପରେଟ ହେବ ଗୋଟିଏ ହ୍ବାଟ୍ସଆପ ଆକାଉଣ୍ଟ

author img

By

Published : Jun 15, 2020, 8:19 AM IST

ହ୍ବାଟ୍ସଆପର ବ୍ୟବହାର ଆଜିକାଲି କାହାକୁ ବା ଅଛପା । ସମସ୍ତେ ଏହା ବି ଜାଣନ୍ତି କି ଗୋଟିଏ ନମ୍ବରରେ ଗୋଟିଏ ହିଁ ହ୍ବାଟ୍ସଆପ୍‌ ଆକାଉଣ୍ଟ ଅପରେଟ କରାଯାଇପାରେ । ହେଲେ ଏବେ ଏହି ଚିନ୍ତାରୁ ୟୁଜର୍ସଙ୍କୁ ମୁକ୍ତ କରିବା ପାଇଁ ରବିବାର ହ୍ବାଟ୍ସଆପ୍‌ ଘୋଷଣା କରିଛି ନିଜର ନୂଆ ଫିଚର ।

whatsapp latest news, new feature to whatsapp, new update on whatsapp, latest technology news, ହ୍ବାଟ୍ସଆପ୍‌ ଲାଟେଷ୍ଟ ନ୍ୟୁଜ୍‌, ହ୍ବାଟ୍ସଆପ୍‌ରେ ନୂଆ ଫିଚର, ହ୍ବାଟ୍ସଆପ୍‌ରେ ନୂଆ ଅପଡେଟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଏଣିକି 4ଟି ଭିନ୍ନ ଡିଭାଇସରୁ ଅପରେଟ ହେବ ଗୋଟିଏ ହ୍ବାଟ୍ସଆପ ଆକାଉଣ୍ଟ

ହାଇଦ୍ରାବାଦ: ହ୍ବାଟ୍ସଆପର ବ୍ୟବହାର ଆଜିକାଲି କାହାକୁ ବା ଅଛପା । ସମସ୍ତେ ଏହା ବି ଜାଣନ୍ତି କି ଗୋଟିଏ ନମ୍ବରରେ ଗୋଟିଏ ହିଁ ହ୍ବାଟ୍ସଆପ୍‌ ଆକାଉଣ୍ଟ ଅପରେଟ କରାଯାଇପାରେ । ହେଲେ ଏବେ ଏହି ଚିନ୍ତାରୁ ୟୁଜର୍ସଙ୍କୁ ମୁକ୍ତ କରିବା ପାଇଁ ରବିବାର ହ୍ବାଟ୍ସଆପ୍‌ ଘୋଷଣା କରିଛି ନିଜର ନୂଆ ଫିଚର । ଏହି ଫିଚର ମୁତାବକ ଏବେ 4ଟି ଡିଭାଇସରୁ ଗୋଟିଏ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ପରିଚାଳିତ କରିପାରିବେ ୟୁଜର୍ସ ।

ନିକଟରେ WABetaInfo କରିଥିବା ଟ୍ବିଟରେ ସ୍ପଷ୍ଟ ହୋଇଛି କି ଏକକାଳୀନ 4ଟି ଡିଭାଇସରୁ ଗୋଟିଏ ହ୍ବାଟ୍ସଆପ୍‌ ଆକାଉଣ୍ଟ ପରିଚାଳନା ପାଇଁ ଫିଚରଟି ବିକଶିତ କରାଯାଉଛି । ଏହାର କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇନଥିଲେ ମଧ୍ୟ ଏହା ୟୁଜର୍ସଙ୍କୁ ନିଶ୍ଚୟ ପସନ୍ଦ ଆସିବା ବୋଲି କମ୍ପାନୀ ଆଶାବାଦୀ ରହିଛି । ଏହି ଫିଚର ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ପାଇଁ ରୋଲ ଆଉଟ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ହେଲେ ଏହି ଫିଚରକୁ ନେଇ ଏବେଠାରୁ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ଯେମିତିକି ଏହି ଫିଚର ଦ୍ବାରା ପ୍ରାଇଭେସିକୁ ନେଇ କୌଣସି ଅସୁବିଧା ସୃଷ୍ଟି ହେବ କି ?

ଏହାର ଉତ୍ତର ଏଯାଏଁ କମ୍ପାନୀ ଦେଇନଥିବା ବେଳେ ଏହି ଫିଚରର ଟେଷ୍ଟିଂ ଜାରି ରହିଥିବା ଜଣା ପଡିଛି । ଏଥିସହ ଆଗକୁ ୟୁଜର୍ସ ଚାହିଁଲେ ଚାରିଖ ଅନୁସାରେ ଚାଟ୍‌କୁ ସର୍ଚ୍ଚ କରିପାରିବେ ବୋଲି କମ୍ପାନୀ ସୂଚନା ଦେଇଛି । ଏହି ଫିଚରର ଟେଷ୍ଟିଂ ମଧ୍ୟ ଜାରି ରହିଛି । ଖୁବଶୀଘ୍ର ଉଭୟ ଫିଚର ହ୍ବାଟ୍ସଆପ୍‌ର ନୂଆ ଅପଡେଟ ସହ ଉପଲବ୍ଧ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.