ନୂଆଦିଲ୍ଲୀ: ଏଣିକି ଉବରରେ ଯାତ୍ରା କରୁଥିବା ବ୍ୟକ୍ତି ଆହୁରି ସୁରକ୍ଷିତ । କାରଣ ଯେଉଁ ବ୍ୟକ୍ତିମାନେ ଉବରରେ ଯାତ୍ରା କରୁଛନ୍ତି, ସେମାନଙ୍କୁ ଏହି ଖବର ନିହାତି ଆଶ୍ବସ୍ଥୀ ଦେବ ନିଶ୍ଚୟ । ଉବର ଆପର ଏମରଜେନ୍ସି ବଟନକୁ ପ୍ରେସ କରିବା କ୍ଷଣି ଆପଣଙ୍କ ପାଖରେ ତୁରନ୍ତ ପହଞ୍ଚିବ ପୋଲିସ ସେବା ।
ଉବର ଆପକୁ ଦିଲ୍ଲୀ ପୋଲିସ ସହ ସଂଯୋଗ କରାଯାଇଛି । ତେଣୁ ଏଣିକି ଯାତ୍ରା ସମୟରେ ଯଦି କୌଣସି ବ୍ୟକ୍ତି ପୋଲିସର ସହାୟତା ଆବଶ୍ୟକ କଲେ, ତୁରନ୍ତ ଉବର ଆପରେ ଥିବା SOS ବଟନ ପ୍ରେସ କରିବା କ୍ଷଣି ଉବର ତରଫରୁ ଆପଣଙ୍କୁ ଦିଲ୍ଲୀ ପୋଲିସର ସହାୟତା ଆବଶ୍ୟକ କି ? ବୋଲି ପଚାରାଯିବ । ଯଦି ଆପଣ ହଁ କହୁଛନ୍ତି, ତେବେ ଆପଣଙ୍କ କଲକୁ ତୁରନ୍ତ ହିମ୍ମତ ପ୍ଲସ ଆପ ମାଧ୍ୟମରେ ଦିଲ୍ଲୀ ପୋଲିସର କଣ୍ଟ୍ରୋଲ ରୁମ ସହ ସଂଯୋଗ କରାଯିବ । ଏହା ପରେ ଆପଣ ଦିଲ୍ଲୀ ପୋଲିସ ସହ ନିଜ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ ।
ଏହାସହ ସୋମବାର ଏକ ହଜାର ଉବର ଆପରେ QR କୋଡ ଇଷ୍ଟଲ କରାଯାଇଛି । ଏହାର ଶୁଭାରମ୍ଭ ଦିଲ୍ଲୀ ପୋଲିସ କମିଶନ ଅମୁଲ୍ୟ ପଟ୍ଟନାୟକ ଆଇଜିଆଇ ଏୟାରପୋର୍ଟରେ ଉଦଘାଟନ କରିଛନ୍ତି ।
ଏହାକୁ ନେଇ ଡିସିପି ଭାଟିଆ କହିଛନ୍ତି ଯେ, ଏବେ ଯାତ୍ରିମାନଙ୍କ ଲୋକେସନକୁ ଠାବ କରିବା ସହ ତାଙ୍କୁ ପୋଲିସ ସହାୟତା ଦେବାକୁ ଅଧିକ ସମୟ ଲାଗିବନି । ଏମିତି କଲ ଆସିଲେ, ତାଙ୍କୁ ପୋଲିସ ହେଲ୍ପ ତୁରନ୍ତ ପ୍ରଦାନ ଦିଆଯିବ ।