ଲକ୍ଷ୍ନୌ: ଏବେ ଦୁଇରୁ ଅଧିକ ବନ୍ଧୁକ ରଖି ପାରିବେନି ଲାଇସେନ୍ସଧାରୀ । ଦୁଇରୁ ଅଧିକ ବନ୍ଧୁକ ରଖିଥିବା ବ୍ୟକ୍ତିମାନେ ଏକ ଲାଇସେନ୍ସ ଦାଖଲ କରିବା ଜରୁରୀ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଲକ୍ଷ୍ନୌ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ଲାଇସେନ୍ସକୁ ଅନ୍ୟ କୌଣସି ଲାଇସେନ୍ସଧାରୀ କିମ୍ବା ପୋଲିସ ଷ୍ଟେସନରେ ଜମା କରିବାକୁ ପଡ଼ିବ । ଯଦି ଲାଇସେନ୍ସ ଆନୁଷ୍ଠାନିକ ଭାବେ ଦାଖଲ ନହୁଏ ତେବେ ତୃତୀୟ ଲାଇସେନ୍ସକୁ ରଦ୍ଦ କରାଯିବ । ଅସ୍ତ୍ରଶସ୍ତ୍ର ଲାଇସେନ୍ସର ନବୀକରଣ ମଧ୍ୟ 3 ବର୍ଷରୁ 5 ବର୍ଷକୁ ବୃଦ୍ଧି କରାଯାଇଛି । ଏଠାରେ, ଆମେ କହି ରଖୁଛୁ ଯେ, ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ଦିଆଯାଇଛି । ନିୟମ ଉଲ୍ଲଂଘନ ହେଲେ ପ୍ରଶାସନ ଲାଇସେନ୍ସ ରଦ୍ଦ କରିପାରିବ।
ଲାଇସେନ୍ସ ବାତିଲ ହେବାର କିଛି ନିର୍ଦ୍ଧିଷ୍ଟ ନିୟମାବଳୀ....
- ଯଦି ପ୍ରଶାସନକୁ ଲାଗେ କି, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ନିରାପତ୍ତା ପାଇଁ ବନ୍ଧୁକ କିମ୍ବା ପିସ୍ତଲର ଲାଇସେନ୍ସ ବାତିଲ କରିବା ଆବଶ୍ୟକ, ତେବେ ଏହାକୁ ବାତିଲ କରିପାରେ ।
- ଯଦି ସେହି ବ୍ୟକ୍ତିଙ୍କ ପାଖରେ ବନ୍ଧୁକ କିମ୍ବା ପିସ୍ତଲ ଲାଇସେନ୍ସ ଅଛି, ଯିଏ ମାନସିକ ସ୍ତରରେ ଠିକ ନାହିଁ, ତେବେ ପ୍ରଶାସନ ତାଙ୍କ ଲାଇସେନ୍ସକୁ ବାତିଲ କରି ପାରିବ ।
- ଯଦି କେହି ମିଥ୍ୟା ସୂଚନା ଦେଇ ଲାଇସେନ୍ସ ହାସଲ କରିଛନ୍ତି, ଅର୍ଥାତ୍ ନିୟମ ଉଲ୍ଲଂଘନ କରନ୍ତି, ତେବେ ଲାଇସେନ୍ସ ରଦ୍ଦ ହୋଇପାରିବ ।
- ଲାଇସେନ୍ସର ସର୍ତ୍ତାବଳୀ, ଆର୍ମସ୍ ଆକ୍ଟ ଏବଂ ଆର୍ମସ୍ ନିୟମର ଉଲ୍ଲଂଘନ ହୋଇଥିଲେ ମଧ୍ୟ ଲାଇସେନ୍ସ ବାତିଲ ହୋଇପାରିବ ।
- ଯଦି ଅସ୍ତ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଲାଇସେନ୍ସଧାରୀ ଏହାକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି, ତେବେ ଲାଇସେନ୍ସ ବାତିଲ କରିବାକୁ ପଦକ୍ଷେପ ନିଆଯାଇପାରେ ।
- ଯାହାର ନାମରେ ଲାଇସେନ୍ସ ଅଛି, ଯଦି ସେ ଚାହାଁନ୍ତି, ସେ ଆବେଦନ କରି ନିଜର ଲାଇସେନ୍ସ ବାତିଲ କରିପାରିବେ ।