ETV Bharat / bharat

କୋଭିଡ-19 ଭ୍ୟାକସିନ ଦିଗରେ ନୋଭାଭାକ୍ସ ପକ୍ଷରୁ ପର୍ଯ୍ୟାୟ-1 ସଫଳ - positive phase 1 data for its COVID-19 vaccine candidate

ମାନବ ଜାତି ଏବେ କୋଭିଡ-19 ସହ ଲଢୁଥିବାବେଳେ ଦିନକୁ ଦିନ ଅନିୟନ୍ତ୍ରିତ ହେଉଛି ସଂକ୍ରମଣ । କୋରୋନା ସହ ଲଢିବାକୁ ଭ୍ୟାକସିନ ପ୍ରସ୍ତୁତ କରିବା ପ୍ରତିଯୋଗୀତାରେ ଏବେ ନୋଭାଭାକ୍ସ ମଧ୍ୟ ଏହି ଦୌଡରେ ସାମିଲ ହୋଇଛି ।

Novavax announces positive phase 1
ଭ୍ୟାକସିନ ଦିଗରେ ନୋଭାଭାକ୍ସ ପକ୍ଷରୁ ପର୍ଯ୍ୟାୟ-1 ସଫଳ
author img

By

Published : Aug 13, 2020, 7:55 PM IST

ହାଇଦ୍ରାବାଦ: ସାରା ବିଶ୍ବର ବୈଜ୍ଞାନିକ ଓ ମେଡିସିନ କମ୍ପାନୀମାନେ କୋରୋନା ଭ୍ୟାକସିନ ପ୍ରସ୍ତୁତ କରିବାରେ ଉଦ୍ୟମ ଜାରି ରଖିଛନ୍ତି । ମାନବ ଜାତି ଏବେ କୋଭିଡ-19 ସହ ଲଢୁଥିବାବେଳେ ଦିନକୁ ଦିନ ଅନିୟନ୍ତ୍ରିତ ହେଉଛି ସଂକ୍ରମଣ । କୋରୋନା ସହ ଲଢିବାକୁ ଭ୍ୟାକସିନ ପ୍ରସ୍ତୁତ କରିବା ପ୍ରତିଯୋଗୀତାରେ ଏବେ ନୋଭାଭାକ୍ସ ମଧ୍ୟ ଏହି ଦୌଡରେ ସାମିଲ ହୋଇଛି ।

ବାୟୋଟେକ୍ନାଲୋଜି କମ୍ପାନୀ ନୋଭାଭାକ୍ସ ମଧ୍ୟ କୋରୋନା ଟୀକା ପ୍ରସ୍ତୁତିରେ ଲାଗିଥିବାବେଳେ ଏବେ ଗୁରୁତର ସଂକ୍ରମିତ ରୋଗୀଙ୍କ ପାଇଁ ଏହି ଟୀକା ଅତ୍ୟନ୍ତ ସହାୟକ ହେବ ବୋଲି କୁହାଯାଉଛି । ଗୁରୁତର ରୋଗ ସଂକ୍ରମଣ ଦିଗରେ ପରବର୍ତ୍ତୀ ପୀଢିକୁ ଆଖି ଆଗରେ ରଖି ଏହି ଉନ୍ନତ ଟୀକାକୁ ବିକଶିତ କରାଯାଉଛି । ଏହି ଟୀକା ଏବେ ତାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳତାର ସହ ପାର କରିବା ଉପରେ ଥିବାବେଳେ ଏହି ଟୀକାକୁ ସୁସ୍ଥ 18-59 ବର୍ଷୀୟ ବୟସ୍କ ଲୋକଙ୍କ ଉପରେ ଏହି ଟୀକା ବେଶ ସହାୟକ ହେବ ବୋଲି ଜଣାପଡିଛି ।

NVX - CoV2373, କମ୍ପାନୀ ଦ୍ବାରା ବିକଶିତ କରାଯାଉଥିବା ଏହି ଟୀକା ସାଧାରଣ ଠାରୁ ମାନବ ଶରୀର ରକ୍ତରେ ଦ୍ରୃତ ବେଗରେ ଆଣ୍ଟିବଡି ତିଆରି ପ୍ରକ୍ରିୟା ବଢାଇବାରେ ସହାୟକ ହେଉଥିବା ବୈଜ୍ଞନିକ ପତ୍ରିକା ଏବଂ medRxiv.org ରେ ଅନଲାଇନ ପ୍ରିଣ୍ଟ ସର୍ଭରରେ ପ୍ରକାଶ ପାଇଛି ।

NVX-CoV2373 ଟୀକା ହ୍ୟୁମାନ ଟ୍ରାଏଲରେ ମୋଟାମୋଟି ଭାବେ ସୁରକ୍ଷିତ ଓ ନିରାପଦ ରହିଛି । ଏହି ଟୀକାର ଗୋଟିଏ ଡୋଜ ନେବା ପରେ ଶରୀରର ନମନୀୟତା ଏବଂ ଯନ୍ତ୍ରଣା ହେବା ସହ ବାରମ୍ବାର ଲକ୍ଷଣ ଏବଂ ଘଟଣାଗୁଡ଼ିକ ବ୍ୟକ୍ତିଗତ ଭାବରେ କମ ଯେପରିକି ବାରମ୍ବାର ମୁଣ୍ଡବିନ୍ଧା, ଥକାପଣ ଏବଂ ମାୟାଲଜିଆ ରିପୋର୍ଟ କରାଯାଉଥିଲା । ତେବେ ଦ୍ବିତୀୟ ଡୋଜ ପରେ, ଏହା ଅଧିକ ପ୍ରତିକ୍ରିୟାଶୀଳତା ରିପୋର୍ଟ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.