ETV Bharat / bharat

ମଧ୍ୟାହ୍ନ ଭୋଜନ: ପାରସ୍ପରିକ ଲାଭକାରୀ ଯୋଜନା

ଯେଉଁ ଭୋକ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଥିଲା ତା’ର ମୁକାବିଲା କରିବା ପାଇଁ ପ୍ରାୟ ଅଢ଼େଇ ଦଶନ୍ଧି ତଳେ ‘ମଧ୍ୟାହ୍ନ ଭୋଜନ’ ଯୋଜନା ଆରମ୍ଭ କରାଯାଇଥିଲା। ବଡ଼ ଦୁଃଖର କଥା ଅନେକ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅନେକ ତ୍ରୁଟି ଦେଖିବାକୁ ମିଳୁଛି। ଆସନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ବିଶ୍ଲେଷଣ କରିବା...

Not many benefited with mid-day meal
ମଧ୍ୟାହ୍ନ ଭୋଜନ: ପାରଷ୍ପରିକ ଲାଭକାରୀ ଯୋଜନା
author img

By

Published : Dec 25, 2019, 11:32 PM IST

ହାଇଦ୍ରାବାଦ: ଯେଉଁ ଭୋକ ଛୋଟ ଛୋଟ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଥିଲା ତା’ର ମୁକାବିଲା କରିବା ପାଇଁ ପ୍ରାୟ ଅଢ଼େଇ ଦଶନ୍ଧି ତଳେ ‘ମଧ୍ୟାହ୍ନ ଭୋଜନ’ ଯୋଜନା ଆରମ୍ଭ କରାଯାଇଥିଲା। ବଡ଼ ଦୁଃଖର କଥା ଅନେକ ରାଜ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅନେକ ତ୍ରୁଟି ଦେଖିବାକୁ ମିଳୁଛି। ପ୍ରଥମେ ଏହାକୁ ‘ପ୍ରାଥମିକ ଶିକ୍ଷାରେ ପୋଷଣ ସହାୟତା’ ଭାବରେ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୨୦୦ଦିନ ପର୍ଯ୍ୟନ୍ତ ଦୈନିକ ୩୦୦ କ୍ୟାଲୋରି ତଥା 8-୧୨ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ମୂଳ କ୍ଲାସରେ ଥିବା ପିଲାଙ୍କୁ ୪୫୦କ୍ୟାଲୋରି ଓ ୧୨ଗ୍ରାମ ପ୍ରୋଟିନ, ପ୍ରାଥମିକ ଛାତ୍ରଙ୍କୁ ୭୦୦ କ୍ୟାଲୋରି ଓ ୨୦ ଗ୍ରାମ ପ୍ରୋଟିନ ଯୋଗାଇ ଦେବାକୁ ସ୍ଥିର ହୋଇଥିଲା। ପ୍ରୋଟିନ ଯୋଗାଣ ନେଇ ଏହି ଯୋଜନାକୁ ପୁନଃପରିବର୍ତ୍ତନ କରାଯାଇଥିଲା।

ମଧ୍ୟାହ୍ନ ଭୋଜନ ସ୍କୁଲ ଯାଉଥିବା ପିଲାଙ୍କ ଆଇନଗତ ଅଧିକାର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ହେଁ ଅନେକ ରାଜ୍ୟରେ ଏହି ଯୋଜନାକୁ ପ୍ରକୃତ ପକ୍ଷେ କାର୍ଯ୍ୟକାରୀ କରା ଯାଉନଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ୧୭ଟି ରାଜ୍ୟରେ ପିଲାଙ୍କୁ ଅଧା ଭୋଜନ ଦିଆଯାଉଛି ବୋଲି ୧୦ବର୍ଷ ତଳେ କେନ୍ଦ୍ର ସରକାର କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନର ମାନ ଦିନକୁ ଦିନ କମିବାରେ ଲାଗିଛି ବୋଲି ସିଏଜି ରିପୋର୍ଟରେ ବାରମ୍ବାର କୁହାଯାଉଥିଲେ ହେଁ ସମସ୍ୟାକୁ ଅନୁଧ୍ୟାନ କରାଯାଉନାହିଁ।

ଏହି ଯୋଜନାରେ ୧୧ଲକ୍ଷ ସ୍କୁଲର ୯କୋଟି ଛାତ୍ରଛାତ୍ରୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରୁଛନ୍ତି। ଏତେ ଟଙ୍କା ବ୍ୟୟବରାଦ କରାଯାଉଥିଲେ ହେଁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଖାଦ୍ୟ ମିଳି ପାରୁନାହିଁ। ଉତ୍ତରପ୍ରଦେଶରେ ଏକ ଲିଟର କ୍ଷୀରରେ ପାଣି ମିଶାଯାଇ ୮୧ଜଣ ଛାତ୍ରଛାତ୍ରୀଙ୍କୁ ତାହା ବଣ୍ଟନ କରାଯାଉଛି ବୋଲି ସରକାରଙ୍କ ଅଧ୍ୟୟନରୁ ଜଣାପଡ଼ିଛି।

ଦେଶର ତିନିଭାଗ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ୩୮ ପ୍ରତିଶତ ବ୍ୟକ୍ତିଙ୍କର ଓଜନ କମ ରହିଛି ଓ ସେମାନଙ୍କୁ ସ୍ବାଦିଷ୍ଟ ତଥା ସନ୍ତୁଳିତ ଭୋଜନ ମିଳୁନାହିଁ। ପିଲାଙ୍କୁ ଭାତ ଓ ରୁଟି ପରିବର୍ତ୍ତେ ପୋଷକତତ୍ତ୍ବରେ ଭରପୁର ମକା, ବାଜରା, ମାଣ୍ଡିଆ, ଡାଲି ଦିଆଗଲେ ସେମାନଙ୍କ ଶରୀର ୫୦ପ୍ରତିଶତ ଅଧିକ ବୃଦ୍ଧି ହୁଅନ୍ତା ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଶିଶୁଙ୍କ ବୃଦ୍ଧି ପାଇଁ ମକା, ବାଜରା, ମାଣ୍ଡିଆ ଓ ଡ଼ାଲି ସର୍ବୋତ୍ତମ ବିକଳ୍ପ ଆହାର।

ଆମେ ସଠିକ ପୋଷକତତ୍ତ୍ବ ସେମାନଙ୍କୁ ଦେଉଛୁ ?

ଇଣ୍ଟରନ୍ୟାସନାଲ କର୍ପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର ଦି ସେମି ଏରିଡ୍ ଟପିକ୍ସ (ଆଇସିଆରଆଇଏସଏଟି) ଓ ଅକ୍ଷୟ ପାତ୍ରର ମିଳିତ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପେଟପୁରା ଆହାର ପିଲାଙ୍କୁ ଖୁସି ଦେଇଥାଏ। ବିଶ୍ଲେଷଣ ଅନୁସାରେ ଯେଉଁମାନେ ବାଜରା, ଇଡିଲି, ଉପମା ଖାଇଥାନ୍ତି ସେମାନଙ୍କଠାରେ ଭାତ-ଡାଲି ଖାଉଥିବା ଲୋକଙ୍କ ତୁଳନାରେ ଉପଯୁକ୍ତ ପୋଷକତତ୍ତ୍ବ ଦେଖିବାକୁ ମିଳିଥାଏ। ଏଥିପାଇଁ ତୁରନ୍ତ ବହୁଳ ଭାବରେ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନେବାକୁ ଅଧ୍ୟୟନରେ ଗୁରୁତ୍ବାରୋପ କରାଯାଇଛି।

ବିଶ୍ବସ୍ତରରେ ପ୍ରତି ଏକ ଲକ୍ଷ ଲୋକରେ ୧୭୮ଜଣ ଭାଇରାଲ ସଂକ୍ରମଣ ଓ ୫୩୯ଜଣ ଜୀବନଶୈଳୀ ବିକାରରେ ପୀଡିତ ହୋଇଥିବା ଦେଖିବାକୁ ମିଳୁଛି। ଭାଇରାଲ ସଂକ୍ରମଣରେ ୨୫୩ ଓ ଜୀବନଶୈଳୀ ବିକାରରେ ୬୮୨ଜଣ ରୋଗୀ ପ୍ରାଣ ହରାଇଛନ୍ତି। ପ୍ରତିଦିନ ଆହାରରେ ବାଜରା ଜାତୀୟ ଖାଦ୍ୟ ସାମିଲ କଲେ କମ୍ ବୟସରେ ହେଉଥିବା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ମୁକାବିଲା କରିହେବ। ଏଭଳି ଖାଦ୍ୟାଭ୍ୟାସ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି।

ଗର୍ଭବତୀ ମହିଳା ଆହାରରେ ନିୟମିତ ଭାବେ ମସୁର ଡାଲି, ସର୍ବତ, ଖେଚୁଡ଼ି, ମାଣ୍ଡିଆ, ବାଜରା, ସୁଆଁ ଆଦି ଗ୍ରହଣ କଲେ ଗମ୍ଭୀର ରୋଗ ଲକ୍ଷଣକୁ ହ୍ରାସ କରିବା ସହିତ ଗର୍ଭରେ ଥିବା ଶିଶୁର ବିକାଶ ସମ୍ଭାବନା ବୃଦ୍ଧି ପାଇଥାଏ ବୋଲି ‘ନୀତି ଆୟୋଗ’ ଗୁରୁତ୍ବାରୋପ କରୁଛି। ଭାରତରେ ଅଧିକ ଚାଉଳ ଖାଦ୍ୟ ଭାବେ ଗ୍ରହଣ କରେ ବୋଲି ପରିଚିତ ଥିଲା, କିନ୍ତୁ ବିଗତ କିଛି ଦଶକ ଧରି ଚାଉଳ ଓ ଅଟାକୁ ଅଧିକ ଭାବରେ ଗ୍ରହଣ କରାଯାଉଛି। ଫଳରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ଚାଉଳ ଓ ଗହମକୁ ବ୍ୟବହାର କରାଯାଉଛି।

ଭାରତର ଭବିଷ୍ୟତ ନାଗରିକଙ୍କ ଶାରିରୀକ ଓ ମାନସିକ ବିକାଶରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟାହ୍ନ ଭୋଜନରେ ବାଜରା ଭଳି ଖାଦ୍ୟ ସାମଗ୍ରୀକୁ ନିହାତି ସାମିଲ କରିବା ଆବଶ୍ୟକ। ପୁଷ୍ଟିକର ଖାଦ୍ୟ ଓ ଶିକ୍ଷା ଅଧିକାର ପାଇଁ କାମ କରୁଥିବା ଲକ୍ଷାଧିକ ଶିଶୁଙ୍କ ଦୁର୍ଦ୍ଦଶା ଶିକ୍ଷାକୁ ବଢାଇ ପାରୁନାହିଁ। ଫଳରେ ଏହା ଭାରତର ପ୍ରତିଷ୍ଠା ବୃଦ୍ଧିରେ ସହାୟକ ହେଉନାହିଁ। ସମଗ୍ର ଦେଶରେ ଏହି ଦୁର୍ଦ୍ଦଶାକୁ ଦୂର କରିବା ପାଇଁ ମଧ୍ୟାହ୍ନ ଭୋଜନରେ ବାଜରା ଭଳି ଖାଦ୍ୟକୁ ତୁରନ୍ତ ସାମିଲ କରିବାକୁ ପଦକ୍ଷେପ ନିଆଯିବା ଆବଶ୍ୟକ।

ଦେଶରେ ଥିବା ୧୪ ମିଲିୟନ ହେକ୍ଟର ଚାଷ ଜମିରୁ ପ୍ରାୟ ତିନି ଚତୁର୍ଥାଂଶ ବର୍ଷା ଜଳ ଉପରେ ନିର୍ଭରଶୀଳ। ପ୍ରତିବର୍ଷ ଖରିଫ ଓ ରବି ଋତୁରେ ପରିସ୍ଥିତିରେ ଅସନ୍ତୁଳନ ଯୋଗୁଁ ଫସଲ ଅମଳ ପ୍ରଭାବିତ ହେଉଛି। ଯାହା ଫଳରେ କୃଷିର ଅବନ୍ନତି ହେବା ସହିତ କୃଷକର ଆର୍ଥିକ କ୍ଷତି ହେଉଛି। ବର୍ଷା ଜଳ ଓ ଜମି ଅଭାବରୁ ଧାନ ଓ ଆଖୁ ଚାଷୀ ନିରାଶ ହେଉଛନ୍ତି। ଏଭଳି ସ୍ଥିତିରେ କମ ପାଣିରେ ସ୍ବଳ୍ପ ସମୟ ମଧ୍ୟରେ ଅମଳ ହେଉଥିବା ବାଜରା କୃଷକଙ୍କୁ ବଡ ସହାୟକ ହୋଇପାରିବ। ଯେଉଁ ଚାଷୀ ବାଲିଚର, ପଡ଼ିଆ ଓ ଜଳସେଚନ ଉପରେ ନିର୍ଭର କରି ବାଜାର ଭଳି ଖାଦ୍ୟ ପଦାର୍ଥ ଚାଷ କରନ୍ତି, ସେମାନଙ୍କ ଜମିର ଉର୍ବରକ କ୍ଷମତା ବୃଦ୍ଧି ହୋଇ ନୂଆ ଆଶା ସୃଷ୍ଟି କରିଥାଏ।

୨୦୨୦ ସୁଦ୍ଧା କର୍ଣ୍ଣାଟକ ସରକାର ମଧ୍ୟାହ୍ନ ଭୋଜନରେ ଖେଚୁଡ଼ି ଭଳି ଖାଦ୍ୟ ସାମିଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯଦି ସରକାର ଏଭଳି ଖାଦ୍ୟ ସାମଗ୍ରୀର କଞ୍ଚାମାଲ ସଂଗ୍ରହ କରି ଦିଅନ୍ତି, ୧୨ଟି ରାଜ୍ୟରେ ୧୬ଲକ୍ଷ ପିଲାଙ୍କୁ ଚାଉଳ ଓ ଗହମରୁ ପ୍ରସ୍ତୁତ ଖାଦ୍ୟ ଯୋଗାଉଥିବା ଅକ୍ଷୟ ଚ୍ୟାରିଟେବୁଲ ଫାଉଣ୍ଡେସନ ବାଜରା ଯୁକ୍ତ ଖାଦ୍ୟ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦେବା ସହିତ ଭୋକର ଯନ୍ତ୍ରଣାକୁ ଦୂର କରିବା ପାଇଁ ପ୍ରସ୍ତୁତ ବୋଲି କହିଛି।

ସମଗ୍ର ଦେଶ ଗୋଟିଏ ରାସ୍ତାରେ ଚାଲି କୃଷି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହିତ ଶସ୍ୟ ଉତ୍ପାଦନ ବୃଦ୍ଧି କରି ଅଙ୍ଗନବାଡିରେ ଭୋଜନକୁ ପରିବର୍ତ୍ତନ କରିବା ଆବଶ୍ୟକ। ୨୦୨୨ ସୁଦ୍ଧା ଆୟ ଦୁଇଗୁଣ ବୃଦ୍ଧି କରିବା ପାଇଁ ନରେନ୍ଦ୍ର ମୋଦି ସରକାର ପ୍ରତିଶ୍ରୁତି ବଦ୍ଧ। ଯଦି ସରକାର କୃଷକଙ୍କ ଦ୍ବାରା ଉତ୍ପାଦିତ ବାଜରା ଜାତୀୟ ଖାଦ୍ୟ ପଦାର୍ଥର ସମର୍ଥନ ମୂଲ୍ୟ ପ୍ରଦାନ କରିବାକୁ ବିତରଣ ବ୍ୟବସ୍ଥାକୁ ବୃଦ୍ଧି କରେ ତେବେ ଦୁଇ ପକ୍ଷକୁ ଲାଭ ମିଳିପାରିବ। ଏହାଦ୍ବାରା କୃଷକଙ୍କୁ ଲାଭ ମିଳିବା ସହିତ ଶିଶୁଙ୍କ ଅପପୁଷ୍ଟିକୁ ରୋକିବାରେ ଦେଶ ସମର୍ଥ ହୋଇପାରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.