ETV Bharat / bharat

କେବଳ ଅର୍ଥନୀତି ନୁହେଁ, ଗଣତନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଇବ କୋଭିଡ୍-19 - COVID-19 might also leave a lasting imact on democracy

ଦେଶରେ କୋରୋନା ଭାଇରସ କାରଣରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ବ୍ୟାପକ ଆଲୋଚନା କରାଯାଉଛି । ଏହି ମହାମାରୀ ସମଗ୍ର ବିଶ୍ବ ଗଣତନ୍ତ୍ର ଉପରେ ଏକ ଚିରନ୍ତନ ପ୍ରଭାବ ପକାଇଛି ।

COVID-19
କୋଭିଡ୍-19
author img

By

Published : Apr 8, 2020, 1:36 PM IST

ହାଇଦ୍ରାବାଦ: ଦେଶରେ କୋରୋନା ଭାଇରସ କାରଣରୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ଅର୍ଥନୀତି ଉପରେ ପ୍ରଭାବ ବିଷୟରେ ବ୍ୟାପକ ଆଲୋଚନା କରାଯାଉଛି । ଏହି ମହାମାରୀ ସମଗ୍ର ବିଶ୍ବ ଗଣତନ୍ତ୍ର ଉପରେ ଏକ ଚିରନ୍ତନ ପ୍ରଭାବ ପକାଇଛି ।

ବହୁ ବିକାଶଶୀଳ ରାଷ୍ଟ୍ର ଅଣଗଣତାନ୍ତ୍ରିକ ଅଭ୍ୟାସ ସହ ସଂଗ୍ରାମ କରୁଛି ଓ ଏହି ମହାମାରୀ ବିରୋଧି ଲଢେଇ ଏକ ନୂଆ ସମୀକରଣ ଆରମ୍ଭ କରିଛି, ଯାହା ଭବିଷ୍ୟତରେ ଜନତା ଓ ସରକାରଙ୍କ ସମ୍ପର୍କକୁ ପ୍ରଭାବିତ କରିବ । ଏପରି କିଛି ସ୍ଥାନ ଅଛି ଯେଉଁଠାରେ ମହାମାରୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସ୍ଥାୟୀ ପ୍ରଭାବ ପକାଇପାରେ ।

ଶକ୍ତିରେ ଏକଗ୍ରତା-

ବିଭିନ୍ନ ଦେଶରେ ଦେଖାଯାଉଛି ମହାମାରୀ ବିରୋଧରେ ଲଢେଇକୁ ଦୃଢ କରିବା ଉଦ୍ଦେଶ୍ୟରେ ସରକାର ନିଜକୁ ଅଧିକ ଶକ୍ତିଶାଳୀ କରୁଛନ୍ତି । 50 ରୁ ଅଧିକ ଦେଶ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ଦୁର୍ଭାଗ୍ୟବଶତଃ ଅଳ୍ପ କେତେକ ଦେଶର ସରକାର ବିରୋଧୀଙ୍କ ଅଧିକାର ଉପରେ ଆକ୍ରମଣ କରି ପରିସ୍ଥିତିର ଅଯଥା ଲାଭ ଉଠାଉଛନ୍ତି । ଉଦାହରଣ ସ୍ବରୂପ, ହଙ୍ଗେରୀ ଏକ ନିୟମ ପ୍ରଣୟନ କରିଛି ଯାହା ପ୍ରଧାନମନ୍ତ୍ରୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାସନ କରିବାକୁ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିବ । ପରିସ୍ଥିତିର ଫାଇଦା ଉଠାଇ ହଙ୍ଗେରୀ ଗଣତାନ୍ତ୍ରିକ ଶାସନକୁ ଉଠାଇଦେଇଛି ।

ରୋକ୍ ଲଗାଇବା ଉପରେ ଗୁରୁତ୍ବ-

ବିଶ୍ବର ଅନେକ ସରକାର ଏବେ ସୂଚନା ଦେବାରେ ରୋକ୍ ଲଗାଇଛନ୍ତି । ଯେଉଁ ସମୟରେ ସୂଚନା ଦେବା ଜରୁରୀ ସେ ସମୟରେ ଭୁଲ୍ ତଥ୍ୟ ପ୍ରଚାର ନହେବା ପାଇଁ ଏପରି କରିଛନ୍ତି । କେତେକ ଦେଶରେ ମିଡିଆ ଯାହା ଦେଖାଇବାକୁ ଚେଷ୍ଟା କରୁଛି, ତାହା ଅଣଗଣତାନ୍ତ୍ରିକ । ଉଦାହରଣ ସ୍ବରୂପ, ଥାଇଲାଣ୍ଡରେ ସାମ୍ବାଦିକମାନେ ମହାମାରୀ ପରେ ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ବିରୋଧ ପ୍ରଦର୍ଶନ-

COVID-19 ର ପ୍ରସାରକୁ ରୋକିବା ପାଇଁ ସାମାଜିକ ଦୂରତା ପଦକ୍ଷେପ ଯୋଗୁଁ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ତେବେ ସ୍ଥିତି ସ୍ବଭାବିକ ହେବା ପରେ ଏହି ତୀବ୍ରତା ଦେଖାଯିବ କି ନାହିଁ ତାହା ଦେଖିବା ବାକି ରହିଲା ।

ସାମାଜିକ ଯୋଗଦାନ ବୃଦ୍ଧି-

ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ଲୋକମାନେ ସାମାଜିକ ଦୂରତା ଅଭ୍ୟାସ କରୁଥିବା ବେଳେ ଏହାର ଅର୍ଥ ନୁହେଁ ଯେ ସେମାନେ ସାମାଜିକ ଭାବରେ ବିଚ୍ଛିନ୍ନ ଅଟନ୍ତି। ମହାମାରୀ ସମୟରେ, ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନେକ ଏନଜିଓ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଅନେକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କୋରୋନା ପାଇଁ ସହଯୋଗ କରୁଛନ୍ତି । ସମଗ୍ର ସମାଜ ପାଇଁ ଏହା ଏକ ବଡ ସଙ୍କେତ ଦେଖାଏ, ଯଦି ଲୋକମାନେ ଏକତ୍ର ହୋଇ ଏକ କାରଣ ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି ତେବେ କେହି ଆମକୁ ହରାଇ ପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.