ETV Bharat / bharat

ଦିଲ୍ଲୀ: 503 ଆଇସୋଲେସନ୍ କୋଚ ଯୋଗାଇଲା ଉତ୍ତର ରେଳବିଭାଗ

ଉତ୍ତର ରେଳ ଦିଲ୍ଲୀର 9 ଟି ଷ୍ଟେସନରେ କୋଭିଡ କେୟାର ସେଣ୍ଟର ଭାବରେ 8,048 ଶଯ୍ୟା ସହିତ 503 ଆଇସୋଲେସନ୍ କୋଚର ବ୍ୟବସ୍ଥା କରିଛି ।

ଆଇସୋଲେସନ୍ କୋଚ ଯୋଗାଇଲା ଉତ୍ତର ରେଳବିଭାଗ
ଆଇସୋଲେସନ୍ କୋଚ ଯୋଗାଇଲା ଉତ୍ତର ରେଳବିଭାଗ
author img

By

Published : Jul 20, 2020, 1:13 PM IST

ନୂଆଦିଲ୍ଲୀ: ଉତ୍ତର ରେଳ ଦିଲ୍ଲୀର 9 ଟି ଷ୍ଟେସନରେ କୋଭିଡ କେୟାର ସେଣ୍ଟର ଭାବରେ 8,048 ଶଯ୍ୟା ସହିତ 503 ଆଇସୋଲେସନ୍ କୋଚର ବ୍ୟବସ୍ଥା କରିଛି । ଏହି ଷ୍ଟେସନ ଗୁଡିକ ମଧ୍ୟରେ ହେଲା ଆନନ୍ଦ ବିହାର ଟର୍ମିନାଲ୍, ଶକୁର୍ବାସ୍ତି, ସାରାଇ ରୋହିଲା, ସଫଦରଜଙ୍ଗ, ଶାହଦରା, ଆଦର୍ଶନଗର, ଦିଲ୍ଲୀ କ୍ୟାଣ୍ଟ, ବଦଲି ଓ ତୁଗଲକାବାଦ ଅନ୍ତର୍ଭୁକ୍ତ ।

ଉତ୍ତର ଓ ଉତ୍ତର କେନ୍ଦ୍ରୀୟ ରେଳବିଭାଗର ଜେନେରାଲ ମ୍ୟାନେଜର ରାଜୀବ ଚୌଧୁରୀ କହିଛନ୍ତି ଯେ ଏହି 9 ଟି ଷ୍ଟେସନରେ କୋଚ ଗୁଡିକୁ ପରିଚାଳନା ଓ ଆମ୍ବୁଲାନ୍ସର ଗତିବିଧି ପାଇଁ ରାସ୍ତା ମଧ୍ୟ ରହିଛି । ସେ କହିଛନ୍ତି, ସମୁଦାୟ 171 ରୋଗୀ ଶକୁର୍ବାସ୍ତି କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ଏମଧ୍ୟରୁ 72 ଜଣଙ୍କୁ ଡିସଚାର୍ଜ କରାଯାଇଛି, 99 ଜଣ ସେଠାରେ ଚିକିତ୍ସିତ ହେଉଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ କୋଚରେ ରୋଗୀଙ୍କୁ ସ୍ବଚ୍ଛତା ଓ ଉତ୍ତମ ଗୁଣାତ୍ମକ ଖାଦ୍ୟ ଦିଆଯାଉଛି। ସେ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ-19 ଲଢେଇରେ ସାହାଯ୍ୟ କରିବା ପାଇଁ ଉତ୍ତର ରେଳବିଭାଗ ସମସ୍ତ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.