ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଜୟପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି । 2019 ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଅଭିଯୋଗରେ ରାମପୁର କୋର୍ଟ ଏହି ପରୱାନା ଜାରି କରିଛନ୍ତି ।
ଏପ୍ରିଲ 20 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । 2019 ଲୋକସଭା ନିର୍ବାଚନରେ ସେ ଆଚରଣ ବିଧି ଉଲଘଂନ କରିଥିବା ନେଇ ମାମଲା ରୁଜୁ ହୋଇଥିଲା ।
ସୂଚନାଥାଉକି, ସାଧାରଣ ନିର୍ବାଚନରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଠାରୁ ଜୟପ୍ରଦା ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ ।
@ANI