ETV Bharat / bharat

2019 ପ୍ରଦୂଷଣ ରିପୋର୍ଟ: ତୃତୀୟ ସ୍ଥାନରେ ନୋଏଡା - Noida third most polluted city in 2019

2019 ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ ପ୍ରଦୂଷଣ କ୍ଷେତ୍ରରେ ନୋଏଡା ବିଶ୍ବରେ 6 ନମ୍ବର ସ୍ଥାନରେ ରହିଛି । ସେହିପରି କେବଳ ଭାରତର ସହରକୁ ହିସାବକୁ ନେଲେ ଏହା ତୃତୀୟ ପ୍ରଦୂଷିତ ସହର ବୋଲି ରିପୋର୍ଟ ଦର୍ଶାଇଛି ।

Noida third most polluted city
2019 ପ୍ରଦୂଷଣ ରିପୋର୍ଟ: ତୃତୀୟ ସ୍ଥାନରେ ନଏଡା
author img

By

Published : Feb 26, 2020, 2:29 PM IST

ନୂଆଦିଲ୍ଲୀ: 2019 ବିଶ୍ବ ବାୟୁ ଗୁଣବତ୍ତା ରିପୋର୍ଟ ଅନୁସାରେ ପ୍ରଦୂଷଣ କ୍ଷେତ୍ରରେ ନୋଏଡା ବିଶ୍ବରେ 6 ନମ୍ବର ସ୍ଥାନରେ ରହିଛି । ସେହିପରି କେବଳ ଭାରତର ସହରକୁ ହିସାବକୁ ନେଲେ ଏହା ତୃତୀୟ ପ୍ରଦୂଷିତ ସହର ବୋଲି ରିପୋର୍ଟ ଦର୍ଶାଇଛି ।

ତେବେ ପ୍ରଦୂଷିତ ସହର ଭିତରେ ଭାରତର 21 ସହର ରହିଛି । ପାଖାପାଖି 4600ରୁ ଅଧିକ ସହରକୁ ନେଇ ଏହା କରାଯାଇଥିବାବେଳେ ଏଥିରେ ନୋଏଡା ପ୍ରଦୂଷଣ କ୍ଷେତ୍ରରେ ବିଶ୍ବରେ 6 ନମ୍ବର ସ୍ଥାନରେ ରହିଛି ।

ଯଦିଓ ଗତ 2 ବର୍ଷ ତୁଳନାରେ ପରିସଂଖ୍ୟାନ ଦୃଷ୍ଟିରୁ ନୋଏଡାର ପ୍ରଦୂଷଣ ମାତ୍ରା କମ ଆସିଥିବା କୁହାଯାଇଛି । ସେପଟେ ସବୁଠୁ ଅଧିକ 30 ପ୍ରଦୂଷିତ ସହର ଭିତରେ ଭାରତର 21 ସହର ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

ଯେଉଁଥିରେ ଗାଜିଆବାଦ, ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଗ୍ରେଟର ନୋଏଡା, ବାବଡୀ, ଲକ୍ଷ୍ନୌ, ବୁଲନ୍ଦସହର, ମୁଜାଫରନଗର, ବାଗପତ, ଜିନ୍ଦ, ଫରିଦାବାଦ, କୋଟର, ଭିୱାଡି, ପଲୱାଲ, ପାଟନା, ମୁଜାଫରପୁର, ହିସାର, କୁଟଲେ, ଯୋଧପୁର ଓ ମୋରଦାବାଦ ରହିଛି ।

ଅନ୍ୟପଟେ ବୁଧବାର ନୋଏଡାରେ ଏୟାର କ୍ବାଲିଟି ଇନଡେକ୍ସ 285 ଥିବାବେଳେ ଗ୍ରେଟର ନୋଏଡାରେ 274 ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.