ETV Bharat / bharat

ଅଣ-କୋଭିଡ୍ ରୋଗୀଙ୍କୁ ମିଳୁନି ଆବଶ୍ୟକ ସ୍ବାସ୍ଥ୍ୟ ସେବା, ସ୍ଥିତିରେ ପରିବର୍ତ୍ତନ ଜରୁରୀ - NO SERVICES

ବିଗତ 10 ମାସ ଧରି ସାରା ବିଶ୍ବ ମିଳିତ ଭାବେ କୋଭିଡ-19 ମହାମାରୀର ମୁକାବିଲା କରି ଆସୁଛି। ବିଶ୍ବବ୍ୟାପୀ କୋରାନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା 10 ଲକ୍ଷ ଟପି ସାରିଲାଣି। ସବୁଠାରୁ ଉନ୍ନତ ଚିକିତ୍ସା ସୁବିଧା ଥିବା ଦେଶଗୁଡ଼ିକଠାରୁ ନେଇ ବହୁତ କମ୍ ସୁବିଧା ଥିବା ଭାରତ ଭଳି ରାଷ୍ଟ୍ର ସବୁଠି ମହାମାରୀ କାରଣରୁ ସ୍ବାସ୍ଥ୍ୟ ସେବାରେ ରହିଥିବା ତ୍ରୁଟି ବିଚ୍ୟୁତି ଏବଂ ଦୁର୍ବଳତା ଏବେ ପଦାରେ ପଡିଛି ।

ଅଣ-କୋଭିଡ୍ ରୋଗୀଙ୍କୁ ମିଳୁନି ଆବଶ୍ୟକ ସ୍ବାସ୍ଥ୍ୟ ସେବା, ସ୍ଥିତିରେ ପରିବର୍ତ୍ତନ ଜରୁରୀ

author img

By

Published : Oct 2, 2020, 7:59 AM IST

ବିଗତ 10 ମାସ ଧରି ସାରା ବିଶ୍ବ ମିଳିତ ଭାବେ କୋଭିଡ-19 ମହାମାରୀର ମୁକାବିଲା କରି ଆସୁଛି। ବିଶ୍ବବ୍ୟାପୀ କୋରାନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା 10 ଲକ୍ଷ ଟପି ସାରିଲାଣି। ସବୁଠାରୁ ଉନ୍ନତ ଚିକିତ୍ସା ସୁବିଧା ଥିବା ଦେଶଗୁଡ଼ିକଠାରୁ ନେଇ ବହୁତ କମ୍ ସୁବିଧା ଥିବା ଭାରତ ଭଳି ରାଷ୍ଟ୍ର ସବୁଠି ମହାମାରୀ କାରଣରୁ ସ୍ବାସ୍ଥ୍ୟ ସେବାରେ ରହିଥିବା ତ୍ରୁଟିବିଚ୍ୟୁତି ଏବଂ ଦୁର୍ବଳତା ଏବେ ପଦାରେ ପଡିଛି। ସଂକ୍ରମଣ ବ୍ୟାପୁଥିବାରୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଅଣ-କୋଭିଡ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଚିକିତ୍ସା ପ୍ରତି ଧ୍ୟାନ ଦେବାରେ ନାନାଦି ସମସ୍ୟା ଉପୁଜିଛି। ବାସ୍ତବିକ ନିକଟରେ ହୋଇଥିବା ଏକ ସର୍ଭେରେ 15ଟି ରୋଗ ଚିହ୍ନଟ କରାଯାଇଛି ଯାହାକି କୋରୋନାଠାରୁ ଅଧିକ ମାରାତ୍ମକ। ଚିହ୍ନଟ ହୋଇଥିବା ପ୍ରତିଟି ରୋଗରେ ବର୍ଷକୁ 10 ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ଆମର ପ୍ରକୃତ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ଆବଶ୍ୟକ ସଂସ୍କାର ଜରୁରୀ ବୋଲି ଏହି ସର୍ଭେରେ ଗୁରୁତ୍ବ ଦିଆଯାଇଛି।

ହୃଦ ରୋଗରେ 1 କୋଟି 78 ଲକ୍ଷ, କର୍କଟରେ 96 ଲକ୍ଷ, ବୃକକ୍ ରୋଗରେ 12 ଲକ୍ଷ ଏବଂ ଯକ୍ଷ୍ମାରେ 11 ଲକ୍ଷକୁ ମିଶାଇ ଏସବୁ ରୋଗରେ ପ୍ରତିବର୍ଷ 4 କୋଟି 43 ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଅଧିକାଂଶ ସ୍ଥାନରେ ଏସବୁ ରୋଗର ନିଦାନ ପାଇଁ ଆବଶ୍ୟକ ମେଡିକାଲ ଚିକିତ୍ସାର ସୁବିଧା ସୁଯୋଗ ଅତ୍ୟନ୍ତ ନିମ୍ନମାନର ରହିଛି। କୋଭିଡ-19 ସଂକ୍ରମଣ ହେବାର ପ୍ରଥମ ତିନି ମାସରେ ସାରା ବିଶ୍ବରେ ହେବାକୁ ଥିବା 2 କୋଟି 84 ଲକ୍ଷ ଅସ୍ତ୍ରୋପଚାରକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି। ଭାରତରେ ଏପରି କେସ୍ ସଂଖ୍ୟା ହେଉଛି 5 ଲକ୍ଷ 80 ହଜାର। ମେଡିକାଲ ସୁବିଧା ଅଭାବରୁ ଏବର୍ଷ ଯକ୍ଷ୍ମାରେ 16 ଲକ୍ଷ 60 ହଜାର ଲୋକଙ୍କର ମୃତ୍ୟୁ ଘଟିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରିଦେଇଛି। ଶେଷରେ କହିବାକୁ ଗଲେ ଏହି ସ୍ଥିତିରେ ପରିବର୍ତ୍ତନ ହେବ କି? ଜାତୀୟ ସ୍ବାସ୍ଥ୍ୟ ମିସନ୍ କରିଥିବା ଗଣନା ଅନୁଯାୟୀ, କେବଳ ମାର୍ଚ୍ଚ 2020ରେ ସାରା ଦେଶରେ ଲକ୍ଷ ଲକ୍ଷ ଶିଶୁ ଟିକାଦାନରୁ ବଞ୍ଚିତ ହୋଇଛନ୍ତି। ଅଣ-କୋରୋନା ରୋଗର ଚିକିତ୍ସା ପାଇଁ ଡାକ୍ତର ମିଳୁନାହାଁନ୍ତି।

ହାଇଦ୍ରାବାଦରେ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ଆଡମିଶନ ନ ମିଳିବାରୁ ସେ ଓ ତାଙ୍କ ପେଟରେ ଥିବା ପିଲାଟିର ମୃତ୍ୟୁ ଘଟିଛି। ଏପରି ଅନେକ ଘଟଣା ଦେଶର ବିଭିନ୍ନ ଭାଗରେ ଘଟୁଥିବାର ଖବର ଆସୁଛି। ଅଧିକ ସଂଖ୍ୟାରେ ଘରୋଇ ହସ୍ପିଟାଲ ଲକ୍ ଡାଉନ୍ ପରଠାରୁ ଡାଏଲିସିସ୍, ଚେମୋଥେରାପି, ବ୍ଲଡ୍ଟ୍ରା ନସଫ୍ୟୁଜନ୍ ଏବଂ ସନ୍ତାନ ପ୍ରସବ ଭଳି ଜରୁରୀ ଚିକିତ୍ସା ସେବା ବାତିଲ କରି ଦେଇଛନ୍ତି। ହସ୍ପିଟାଲଗୁଡ଼ିକୁ ପୂର୍ବଭଳି ସ୍ବାଭାବିକ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ସହ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କିନ୍ତୁ ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଣ୍ଟେନମେଣ୍ଟ ଜୋନରେ ଥିବା ଚକ୍ଷୁ ରୋଗ ହସ୍ପିଟାଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓ ବେସରକାରୀ କଟକଣା କାରଣରୁ ଅନେକ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ଏବେ ଏକ ମରିଚୀକା ପାଲଟିଛି।

ମୌସୁମୀ ଜନିତ ରୋଗ ଏବଂ ମଶା ଦ୍ବାରା ଉତ୍ପନ୍ନ ସଂକ୍ରମଣ ଦୃଷ୍ଟିରୁ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସରକାରୀ ଆଦେଶ ସତ୍ତ୍ବେ ପ୍ରକୃତପକ୍ଷେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏବେ 9 କୋଟି ଭାରତୀୟ ଥାଲସେମିଆ ଏବଂ ମାଂସପେଶୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ଏକ ଅଟକଳରୁ ଜଣାପଡିଛି। ଲକ୍ଷ ଲକ୍ଷ ଲୋକ ନିଜ ନିଜର ପୁରୁଣା ରୋଗରେ ପୀଡିତ ଅଛନ୍ତି। ହସ୍ପିଟାଲଗୁଡ଼ିକ କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିବାରୁ ଅଣ-କୋଭିଡ ରୋଗୀମାନେ ଦୀର୍ଘ ଦିନ ହେଲା ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବାରୁ ସ୍ଥିତି ଅଧିକ ଖରାପ ହେଉଛି। ଏପରି ଅବସ୍ଥାରେ ସରକାର ଏଥିରେ ହସ୍ତକ୍ଷେପ କରି ଅଣ-କୋଭିଡ ରୋଗୀଙ୍କୁ କିପରି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେ ଦିଗରେ ଯତ୍ନବାବ ହେବା ଉଚିତ୍।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.