ETV Bharat / bharat

ପିଇବା ପାଣିକୁ ମୌଳିକ ଅଧିକାରରେ ସାମିଲ ପାଇଁ କୌଣସି ପ୍ରସ୍ତାବ ନାହିଁ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ - କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଲୋକସଭାର ପ୍ରଶ୍ନକାଳରେ ପିଇବା ପାଣି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଏହି ଅବସରରେ ଏହି ଭଳି କୌଣସି ପ୍ରସ୍ତାବ ସରାରଙ୍କ ବିଚାରାଧିନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 21, 2019, 7:37 PM IST

ନୂଆଦିଲ୍ଲୀ: ବିଶୁଦ୍ଧ ପିଇବା ପାଣିକୁ ମୌଳିକ ଅଧିକାରରେ ସାମିଲ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଲୋକସଭାରେ ସୂଚିତ କରିଛନ୍ତି । ଲୋକସଭାର ପ୍ରଶ୍ନକାଳରେ ପିଇବା ପାଣି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଏହି ଅବସରରେ ଏହି ଭଳି କୌଣସି ପ୍ରସ୍ତାବ ସରାରଙ୍କ ବିଚାରାଧିନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଲୋକସଭାରେ ପ୍ରଶ୍ନକାଳରେ ବିଜେପି ସାଂସଦ ହେମାମାଳିନୀଙ୍କ ପ୍ରଶ୍ନର ଉତ୍ତର ରଖି ପିଇବା ପାଣିକୁ ମୌଳିକ ଅଧିକାରରେ ସାମିଲ କରାଯିବା ପାଇଁ କୌଣସି ପ୍ରକାର ବିଚାର କରାଯାଇନାହିଁ ବୋଲି ସେ କହିଛନ୍ତି ।

ଏହାସହ ସେ ପିଇବା ପାଇଁ ବିଶୁଦ୍ଧ ଜଳ ଗ୍ରାମାଞ୍ଚଳକୁ ପାଇପ ଯୋଗେ ପଠାଇବା ଯୋଜନା ଆରମ୍ଭ କରାଯାଇଥିବା ସୂଚିତ କରିଛନ୍ତି । ସରକାର ପାନୀୟ ଜଳର ସୁରକ୍ଷା ପାଇଁ ଦେଶରେ 'ଜଳ ଜୀବନ ମିଶନ' ଉପରେ ଖର୍ଚ୍ଚ କରୁଥିବା କହିଛନ୍ତି ।

ଏହା ସେ ଲୋକସଭାରେ ଏହି ମିଶନ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟ ପନ୍ଥା ବିଷୟରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ 3.5 ଲକ୍ଷ କୋଟି ଟଙ୍କା ନବଗଠିତ ଜଳ ଜୀବନ ମିଶନରେ ଖର୍ଚ୍ଚ କରିବା ପାଇଁ କହିଥିଲେ । ଏହାର ଉଦ୍ଦେଶ୍ୟ 2024 ସୁଦ୍ଧା ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ (ହର ଘର ଜଳ) ପିଇବା ପାଣି ଯୋଗାଇବେ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ନଦୀ ବିକାଶ ଓ ସଂରକ୍ଷଣ ସକାଶେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଦେଶର ଯେକୌଣସି କ୍ଷେତ୍ରରେ ବାର୍ଷିକ ହାରାହାରି ଜଳ ଉପଲବ୍ଧତା ସେଠାକାର ଜଳ-ପାଣିପାଗ ଏବଂ ଭୂତତ୍ତ୍ୱିକ କାରଣ ଉପରେ ନିର୍ଭରଶୀଳ ଏବଂ ଏହା ଏନପିପି ଅଧୀରେ କାର୍ଯ୍ୟ କରୁଥିବା ଜାତୀୟ ଜଳ ବିକାଶ ଏଜେନ୍ସ ଦେଶରେ 30ଟି ଆନ୍ତଃ ବେସିନ୍‌ ଜଳ ପ୍ରେରଣ ସଂଯୋଗ ପ୍ରସ୍ତୁତି ସଂକ୍ରାନ୍ତ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ଆପଣମାନଙ୍କୁ ସୌଭାଗ୍ୟ ମିଳିଛି, କିନ୍ତୁ ପିଇବା ପାଇଁ ବିଶୁଦ୍ଧ ଜଳ ମିଳୁଛି ତାହେଲେ କେବଳ ଜଳ କଷ୍ଟ ଦୂର ହୁଏ ତାହା ନୁହେଁ, ଏହାର ସବୁଠାରୁ ବଡ ପ୍ରଭାବ ଆରୋଗ୍ୟ ଉପରେ ପଡିଥାଏ । ଖାସକରି ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ସବୁଠାରୁ ଲାଭଦାୟକ ହୋଇଥାଏ । ଏକ ପ୍ରକାରର ଆଗ୍ରାରେ ଗଙ୍ଗା ଜଳ ପିଇବାକୁ ମିଳୁ ଏବଂ ଆଗ୍ରାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣମାନଙ୍କ ଘରେ ପହଂଚିବ ।

ଏନପିପିର ସକ୍ରିୟତା ଫଳରେ ଦେଶର ବାର୍ଷିକ ହାରାହାରି ଭୂତଳ ଜଳ ସାମର୍ଥ୍ୟ 140ମିଲିୟନ ହେକ୍ଟରରୁ 175 ମିଲିୟନ ହେକ୍ଟରରେ ପହଞ୍ଚିଯିବ । ଏହାସହ 34 ମିଲିୟନ କିଲୋୱାଟ ବିଜୁଳି ଚାହିଦା ପୂରଣ ହୋଇପାରିବ । ଏତ୍‌ଦବ୍ୟତୀତ ବନ୍ୟା ନିୟନ୍ତ୍ରଣ, ମରୁଡିରୁ ରକ୍ଷା ଓ ଜଳ ଯୋଗାଣ କ୍ଷମତା ବୃଦ୍ଧି ପାଇବାର ସମ୍ଭାବନା ବଢିଯିବ । ଏଥିସହ ମତ୍ସ୍ୟଚାଷ କରିବା ପାଇଁ ଅଧିକ ସୁଯୋଗ ଉତ୍ପନ୍ନ ହେବା ସହ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.