ETV Bharat / bharat

ବନ୍ଦ ହେବନି ‘ଗରିବ ରଥ’, ପୀୟୁଷ ଦେଲେ ସ୍ପଷ୍ଟିକରଣ - ଫ୍ଲେକ୍ସି ଫେୟାର

ମଉଳିବନି ଗରିବକଙ୍କ ଶସ୍ତା ଟ୍ରେନ ଯାତ୍ରା ସ୍ବପ୍ନ । ଦେଶରେ ପ୍ରଚଳିତ 26ଟି ଗରିବ ରଥ ଏକ୍ସପ୍ରେସ ବନ୍ଦ ଖବରରେ ପୂର୍ଣ୍ଣଚ୍ଛେଦ ପକାଇଲେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଗରିବ ରଥକୁ ପ୍ରଚଳିତ କରାଯିବ ବୋଲି କହିଛନ୍ତି ପୀୟୁଷ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 20, 2019, 2:41 PM IST

ନୂଆଦିଲ୍ଲୀ: ବନ୍ଦ ହେବନି ଗରିବ ରଥ ଟ୍ରେନ । ସରକାର ଟ୍ରେନରେ ଥିବା ଫ୍ଲେକ୍ସି ଭଡା ଯୋଜନାକୁ ଶେଷ କରିବା ନେଇ କୌଣସି ଯୋଜନା କରିନାହାଁନ୍ତି । ଏବେ ବି ପୂର୍ବ ଭଳି ଶସ୍ତାରେ ଏସି ଟ୍ରେନରେ ଯାତ୍ରା କରିପାରିବେ ଗରିବ ଲୋକ । ଶୁକ୍ରବାର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ରାଜ୍ୟସଭାର ଏକ ପ୍ରଶ୍ନର ଉତ୍ତରରେ ଏ ନେଇ ସୂଚନା ଦେଇଛନ୍ତି ।

ପୀୟୁଷ କହିଛନ୍ତି ଯେ,ଫ୍ଲେକ୍ସି ଭଡା (ଫ୍ଲେକ୍ସି ଫେୟାର) ଯୋଜନାରୁ ବହୁଳ ପରିମାଣରେ ରାଜସ୍ବ ଆଦାୟ ହେଉଛି । ଏଥିସହ ଅଣ ଫ୍ଲେକ୍ସି ଭଡା ଗାଡି ତୁଳନାରେ ଫ୍ଲେକ୍ସି ଫେୟାର ଥିବା ଗାଡିରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ରହୁଛି ।

ଏହା ବ୍ୟତୀତ ପୂର୍ବତର ରେଲୱେରୁ ଯାଉଥିବା କାଠଗୋଦାମ-ଜମ୍ମୁ ଓ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବରଥକୁ ମେଲ ଏକ୍ସପ୍ରେସରେ ବଦଳାଯିବା ନିଷ୍ପତ୍ତିକୁ ବ୍ରେକ ଲଗାଯାଇଛି । ଏଥିସହ କମ ଭଡାର ଗରିବ ରଥ ଟ୍ରେନ ସେବାକୁ ପୁଣି ଥରେ ଅଗଷ୍ଟ 4ରୁ ଏହି ମାର୍ଗରେ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।

2016 ସେପ୍ଟମ୍ବରରୁ ରାଜଧାନୀ, ଶତାବ୍ଦୀ ଏବଂ ଦୁରନ୍ତ ଗାଡି ଗୁଡିକର ଫ୍ଲେକ୍ସି ଭଡାକୁ ପୁଣି ବିଚାରକୁ ନିଆଯିବ ବୋଲି ପୀୟୁଷ କହିଛନ୍ତି । ଏହା ପରେ ବିଭିନ୍ନ ପକ୍ଷରୁ ମିଳିଥିବା ଫିଡବ୍ୟାକ ଆଧାରରେ ଫ୍ଲେକ୍ସି ଭଡା ଯୋଜନାର ସମୀକ୍ଷା ପାଇଁ ସମିତି ଗଠନ ହେବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.