ନୂଆଦିଲ୍ଲୀ: କୋରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏପ୍ରିଲ 14 ଯାଏଁ ଥିବା ଲକଡାଉନକୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ଟ୍ରେନଚଳାଚଳର ଅବଧିରେ ମଧ୍ୟ ବୃଦ୍ଧି କରାଯାଇଛି ।
ରେଳବାଇ ପକ୍ଷରୁ ପାସେଞ୍ଜର ଟ୍ରେନକୁ ସମଗ୍ର ଭାରତରେ ମେ 3 ଯାଏଁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ଏହାସହ ଯାତ୍ରୀଙ୍କ ଭିଡକୁ ଦୂର କରିବାକୁ କୌଣସି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନେଇ କୌଣସି ଯୋଜନା ହୋଇନଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ 11 ହଜାର 625 ଜଣ କୋରୋନା ସଂକ୍ରମିତ ଥିବାବେଳେ, ସେଥିମଧ୍ୟରୁ 398 ଜଣଙ୍କର ପ୍ରାଣହାନୀ ଘଟିଛି । 1,366 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।