ETV Bharat / bharat

ଏନଆରସି ପ୍ରସଙ୍ଗ: 'କୌଣସି ଭାରତୀୟ ମାନବ ଅଧିକାରରୁ ବଞ୍ଚିତ ହେବା ଉଚିତ ନୁହେଁ ' - Sanjoy Hazarika

ଭାରତର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ମାନବ ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍‌ ନୁହେଁ ବୋଲି ରାଜ୍ୟଗୋଷ୍ଠୀ ମାନବ ଅଧିକାର ଇନିସିଏଟିଭର ନିର୍ଦ୍ଦେଶକ ସଞ୍ଜୟ ହଜାରିକା କହିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 31, 2019, 8:51 PM IST

ଗୌହାଟୀ: ଭାରତର କୌଣସି ବି ବ୍ୟକ୍ତିଙ୍କୁ ତାଙ୍କର ମାନବ ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍‌ ନୁହେଁ । ଏହା ମାନବ ଅଧିକାରର ସାର୍ବଭୌମତ୍ବ ଘୋଷଣାର ଏକ ଅଂଶ ବୋଲି ରାଜ୍ୟଗୋଷ୍ଠୀ ମାନବାଧିକାର ଇନିସିଏଟିଭର ନିର୍ଦ୍ଦେଶକ ସଞ୍ଜୟ ହଜାରିକା କହିଛନ୍ତି । ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା (ଏନଆରସି)ର ଚୂଡାନ୍ତ ତାଲିକା ଉପରେ ପ୍ରତିକ୍ରିୟା ରଖି ସେ ଏଭଳି କହିଛନ୍ତି ।

ଏକ ସାକ୍ଷାତକାରରେ ସଞ୍ଜୟ କହିଛନ୍ତି," ସରକାରଙ୍କୁ ଏକ ତ୍ରୁଟିମୁକ୍ତ ଏନଆରସି ପ୍ରକାଶ କରିବାର ଆବଶ୍ୟକତା ଥିଲା । କିନ୍ତୁ ଆସାମ ଭଳି ଜଟିଳ ସ୍ଥିତିରେ ଏଭଳି କରିବା କଷ୍ଟକର । ଏନଆରସି ପ୍ରକ୍ରିୟାକୁ ପୁରା କରିବା ମଧ୍ୟ ଆବଶ୍ୟକ ଥିଲା । ଏହା ଦ୍ବାରା ଦେଶରେ ରହୁଥିବା ଅବୈଧ ପ୍ରବାସୀଙ୍କ ପରିଚୟ ହୋଇପାରିବ । କିନ୍ତୁ ଭାରତ ସରକାରଙ୍କୁ ମଧ୍ୟ ଆଗାମୀ ପଦକ୍ଷେପ ବିଷୟରେ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।

ତେବେ ବିଦେଶୀ ଘୋଷିତ ହେବା ପରେ ବାଂଲା୍ଦେ‌ଶ ସରକାର ସେମାନଙ୍କୁ ଗ୍ରହଣ କରିବା ପାଇଁ ରୁଚି ରଖୁ ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ସେମାନଙ୍କ ସହ କ'ଣ କରିବେ ସେ ନେଇ ମଧ୍ୟ ଭାବିବାର ଆବଶ୍ୟକତା ରହିଛି" ବୋଲି କହିଛନ୍ତି ସଞ୍ଜୟ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.