ETV Bharat / bharat

ଗୋଆରେ 6 ସୁସ୍ଥ, ନୂଆ ମାମଲା ଶୂନ

author img

By

Published : Apr 17, 2020, 12:21 AM IST

ଗୋଆରେ ମାତ୍ର ଜଣେ ଆକ୍ରାନ୍ତ ଅଛନ୍ତି । ଗତ 13 ଦିନରେ ଗୋଆରେ ଗୋଟିଏ ବି ପଜିଟିଭ କେସ ବାହାରିନାହିଁ । ଅଧିକ ପଢନ୍ତୁ...

ଗୋଆରେ 6 ସୁସ୍ଥ, ନୂଆ ମାମଲା ଶୂନ
ଗୋଆରେ 6 ସୁସ୍ଥ, ନୂଆ ମାମଲା ଶୂନ

ପାଣାଜୀ: ଗୋଆରେ ଗୁରୁବାର କୌଣସି ନୂଆ ମାମଲା ସାମନାକୁ ଆସିନି । ଏହାସହ ଗତ 13 ଦିନ ହେବ ରାଜ୍ୟରେ ପଜିଟିଭ ସଂଖ୍ୟା ଶୂନ ରହିଛି । ଏବେ ଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7 ରହିଛି । ଏମାନଙ୍କ ମଧ୍ୟରୁ 6 ଜଣ ସୁସ୍ଥ ହୋଇଛନ୍ତି ।

ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଗୋଆରେ ଏପର୍ଯ୍ୟନ୍ତ ମୋଟ 7ଟି କୋଭିଡ 19 ପଜିଟିଭ କେସ ବାହାରିଥିଲା । ସେଥିରୁ 5 ଜଣ ଆକ୍ରାନ୍ତ ପୂର୍ବରୁ ସୁସ୍ଥ ହୋଇସାରିଥିଲେ । ବୁଧବାର 6 ନମ୍ବର ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଶେଷ ରିପୋର୍ଟ ନେଗେଟିଭ ପରେ ତାଙ୍କର 14 ଦିନିଆ ତତ୍ତ୍ବାବଧାନ ସମୟ ଶେଷ ହୋଇଥିଲା । ଏହାସହ ସେ ଘରକୁ ଫେରିଥିବା ଟ୍ବିଟରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଫଳରେ ଏବେ ରାଜ୍ୟରେ ମାତ୍ର ଜଣେ ଆକ୍ରାନ୍ତ ଅଛନ୍ତି । ଗତ 13 ଦିନରେ ଗୋଆରେ ଗୋଟିଏ ବି ପଜିଟିଭ କେସ ବାହାରିନାହିଁ । ଗତ ଏପ୍ରିଲ 3ରେ ଶେଷ କୋରୋନା ଆକ୍ରାନ୍ତ ବ୍ୟକ୍ତି ସ୍ପଷ୍ଟ ହୋଇଥିଲେ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.