ETV Bharat / bharat

ମିଜୋରାମରୁ ଆସିଲା ଆଶ୍ବସ୍ତିକର ଖବର: ଗତ 24 ଘଣ୍ଟାରେ ଚିହ୍ନଟ ହୋଇନି କୌଣସି ନୂଆ ମାମଲା

author img

By

Published : Jun 17, 2020, 2:27 PM IST

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ଏହା ଭିତରେ ଗୋଟିଏ ରାଜ୍ୟରୁ ଆସିଛି ଆଶ୍ୱସ୍ତିକର ଖବର । ମିଜୋରାମରେ ଏବେ କୌଣସି ନୂତନ COVID-19 ମାମଲା ଚିହ୍ନଟ ହୋଇନାହିଁ ଏବଂ ସମୁଦାୟ କୋରୋନା ମାମଲା 121ରେ ରହିଛି। ଅଧିକ ପଢନ୍ତୁ...

ମିଜୋରାମରୁ ଆସିଲା ଆଶ୍ବସ୍ତିକର ଖବର, ଗତ 24 ଘଣ୍ଟାରେ ଚିହ୍ନଟ ହୋଇନି କୋରୋନା ରୋଗୀ

ଆଇଜଲ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାତ୍ର ଏସବୁ ଭିତରେ ଗୋଟିଏ ରାଜ୍ୟରୁ ଆସିଛି ଆଶ୍ୱସ୍ତିକର ଖବର । ମିଜୋରାମରେ ଏବେ କୌଣସି ନୂତନ COVID-19 ମାମଲା ଚିହ୍ନଟ ହୋଇନାହିଁ ଏବଂ ସମୁଦାୟ କୋରୋନା ମାମଲା 121 ରେ ରହିଛି। ଏନେଇ ମିଜୋରାମ ସରକାର ବୁଧବାର ନିଶ୍ଚିତ କରିଛନ୍ତି ।

ଗତକାଲି ସିଆହା, ଲଙ୍ଗଟଲାଇ, କୋଲାସିବ, ହନାଥିଆଲ, ଲୁଙ୍ଗଲେଇ ଏବଂ ଆଇଜୱାଲ ଜିଲ୍ଲାରୁ ମୋଟ 821 ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ 633 ଟି ନମୁନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଅବଶିଷ୍ଟ 188 ଟି ପରୀକ୍ଷା ଆଜି ମଧ୍ୟ ଜାରି ରହିବ। ଜୁନ୍ 16ରେ ରାଜ୍ୟ ଚାରିଟି COVID-19 ମାମଲା ଚିହ୍ନଟ ହୋଇଥିଲା, ଯେଉଁଥିରେ ତିନି ଜଣ ଦିଲ୍ଲୀରୁ ଏବଂ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.