ETV Bharat / bharat

'ରାଜ୍ୟ ଆର୍ଥିକ ସ୍ଥିତିର ଉନ୍ନତି ମଧ୍ୟ ଗୁରୁତ୍ବପୂର୍ଣ୍ଣ' - ରାଜ୍ୟର ଆର୍ଥିକ ସ୍ଥିତି

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କୋରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ । ହେଲେ ଆଉ ଲକଡାଉନ ଲାଗୁ କରାଯିବନାହିଁ ବୋଲି ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି ।

ୟେଦୁରପ୍ପା
ୟେଦୁରପ୍ପା
author img

By

Published : Jun 26, 2020, 4:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କୋରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ । ଏଠାରେ ଆଉ ଲକଡାଉନ ଲାଗୁ କରାଯିବନାହିଁ । କାରଣ ରାଜ୍ୟର ଆର୍ଥିକ ସ୍ଥିତିର ଉନ୍ନତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କହିଛନ୍ତି ।

ତେବେ ବେଙ୍ଗାଲୁରୁ କୋରୋନା ପରିଚାଳନାରେ ସମଗ୍ର ଦେଶ ପାଇଁ ଏକ ମଡେଲ୍ ଭାବରେ ବିବେଚିତ ହୋଇଛି । କିନ୍ତୁ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣର ମାମଲା ଏଠାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଯଦି ସମସ୍ତେ ସହଯୋଗ କରନ୍ତି ତେବେ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ସହରରେ ମୋଟ 1,791 ଟି କୋରୋନା ସଂକ୍ରମଣ ମାମଲା ରେକର୍ଡ କରାଯାଇଥିବା ବେଳେ ଏଥିରେ 78 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 505 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଜିଲ୍ଲାମାନଙ୍କ ମଧ୍ୟରେ ରାଜ୍ୟର ରାଜଧାନୀରେ ସର୍ବାଧିକ ମାମଲା ରହିଛି।

ୟେଦ୍ୟୁରପ୍ପା କହିଛନ୍ତି, କୌଣସି ବି କାରଣରୁ ଆଉ ଲକଡାଉନ୍ ଲାଗୁ କରାଯିବ ନାହିଁ । ଅତ୍ୟଧିକ ମାମଲା ଥିବା କେତେକ ଅଞ୍ଚଳରେ ପୂର୍ବରୁ ଲକ୍‌ଡାଉନ ଲାଗୁ କରାଯାଇଛି । ସେହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଲକଡାଉନ ଲଗାଯିବ ନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମୁଁ ବେଙ୍ଗାଲୁରୁର ବିରୋଧୀ ଏବଂ ମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବି ଏବଂ କିଛି ନିଷ୍ପତ୍ତି ନେବି। ସେମାନଙ୍କ ସହଯୋଗରେ ଆମେ ବେଙ୍ଗାଲୁରୁରେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିବୁ।

ଯଦି ସମସ୍ତ ବିଧାୟକ ନିଜ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଶେଷ ଧ୍ୟାନ ଦିଅନ୍ତି, ତେବେ କୋରୋନା ନିୟନ୍ତ୍ରଣ କରାଯାଇପାରିବ ବୋଲି ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.