ETV Bharat / bharat

ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ ନାହିଁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ - no health screening of passengers at inter district check post

ଲକଡାଉନ 4 ରେ ପ୍ରତ୍ୟେକ ଦିନ କିଛି ନା କିଛି ନିୟମରେ ପରିବର୍ତ୍ତନ ଆଣୁଛନ୍ତି କର୍ଣ୍ଣାଟକ ସରକାର । ଆନ୍ତଃଜିଲ୍ଲା ବସ ଚଳାଚଳ ଓ ବିବାହକୁ ନେଇ ସରକାର ପୁଣି ଏକ ନୂଆ ଗାଇଲାଇନ ଜାରି କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ ନାହିଁ

author img

By

Published : May 22, 2020, 8:28 AM IST

ଥିରୁଅନ୍ତପୂରମ: ଆନ୍ତଃଜିଲ୍ଲା ବସ ଚଳାଚଳ ଆରମ୍ଭ ହେଲେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କିପରି ହେବ । ଏନେଇ କର୍ଣ୍ଣାଟକ ସରକାର ଏକ ଘୋଷଣା କରିଛନ୍ତି । ଯେପରିକି ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ସ୍କ୍ରିନିଂ ହେବ ନାହିଁ ବୋଲି ସରକାର କହିଛନ୍ତି । ସର୍ବସାଧାରଣ ପରିବହନ ଯେପରିକି ବସ ଓ ଟ୍ରେନରେ ଯେଉଁ ଯାତ୍ରୀମାନେ ଆସୁଛନ୍ତି ସେମାନେ ଆସୁଥିବା ସ୍ଥାନରୁ ହିଁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ଯେଉଁମାନେ ନେଗେଟିଭ ଥିବେ ସେମାନେ ହି ଯାତ୍ରା କରିପାରିବେ ବୋଲି କୁହାଯାଇଛି ।

ସେହିପରି ରାଜ୍ୟରେ ବିବାହ ପାଇଁ ସରକାର ପୂର୍ବରୁ କିଛି ଗାଇଡଲାଇନ ଜାରି କରିଥିଲେ । ହେଲେ ଏଥିରେ କିଛି ପରିବର୍ତ୍ତନ ଅଣାଯାଇଛି । କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ଯେ ମେ 24 ଏବଂ ମେ 31 ରେ ଧାର୍ଯ୍ୟ ହୋଇଥିବା ବିବାହ କାର୍ଯ୍ୟ ଗୁଡିକ ସମ୍ପୂର୍ଣ୍ଣ ତାଲାବନ୍ଦରୁ ଛୁଟ ଦିଆଯାଇଛି ।

ବିବାହ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ପୂର୍ବ ପରାମର୍ଶଦାତା ଅନୁଯାୟୀ 50 ରୁ ଅଧିକ ଅତିଥିଙ୍କୁ ଅନୁମତି ଦିଆଯିବ ନାହିଁ ଏବଂ ଏହି ଅବସରରେ ମଦ ସେବନ ନିଷେଧ ହେବ। ପରାମର୍ଶଦାତାଙ୍କ ଅନୁଯାୟୀ, ପ୍ରବେଶ ସ୍ଥାନ ତଥା ଅନ୍ୟାନ୍ୟ ଉପଯୁକ୍ତ ସ୍ଥାନରେ ସାନିଟାଇଜର ଯୋଗାଇ ଦିଆଯିବା ଉଚିତ୍ । ସେହିପରି, ପ୍ରବେଶ ପଥରେ ସମସ୍ତ ବ୍ୟକ୍ତିଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଥର୍ମାଲ ସ୍କ୍ରିନିଂ ସମୟରେ ବ୍ୟକ୍ତିଙ୍କ ମସ୍ତିଷ୍କରୁ 3-15 ସେମି ଦୂରରେ ରହିବ ସ୍କାନର ।

ଏହା ବ୍ୟତୀତ ସ୍ଥାନକୁ ପରିଷ୍କାର ଏବଂ ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ତ୍ବ ଦିଆଯିବ । ସେହି ସ୍ଥାନରେ ବ୍ୟବସ୍ଥା ଏବଂ ସମନ୍ବୟର ତଦାରଖ ପାଇଁ ଜଣେ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯିବ । ଆହୁରି ମଧ୍ୟ, ଯୋଗାଯୋଗ ବିବରଣୀ ସହିତ ଉପସ୍ଥିତ ଥିବା ଏକ ତାଲିକା ରକ୍ଷଣାବେକ୍ଷଣ କରିବାକୁ ପଡିବ ଏବଂ ସମସ୍ତ ଅତିଥିମାନେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ ବୋଲି ସରକାର ନିର୍ଦେଶ ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.