ETV Bharat / bharat

ମଧ୍ୟପ୍ରଦେଶ ରାଜନୀତି; ସୋମବାର ହେବନାହିଁ ଫ୍ଲୋରଟେଷ୍ଟ !

author img

By

Published : Mar 16, 2020, 12:33 AM IST

କଂଗ୍ରେସ-ବିଜେପି ଉଭୟ ଦଳ ଫ୍ଲୋର ଟେଷ୍ଟ ପାଇଁ ରାଜି । କିନ୍ତୁ ଉଭୟ ଦଳ ରଖୁଛନ୍ତି ସର୍ତ୍ତ । ବିଜେପି ଚାହୁଁଛି ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ହେଉ । କଂଗ୍ରେସ ଚାହୁଁଛି ରାଜ୍ୟପାଳଙ୍କ ଅଭିଭାଷଣ ପରେ ହେଉ । ଉଭୟ ଦଳର ଏହି ଘମାସାନ ପରେ ବର୍ତ୍ତମାନ କେବେ ହେବ ଫ୍ଲୋର ଟେଷ୍ଟ ତାକୁ ନେଇ ବଢିଛି ସସପେନ୍ସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଧ୍ୟପ୍ରଦେଶ ରାଜନୀତି
ମଧ୍ୟପ୍ରଦେଶ ରାଜନୀତି

ଭୋପାଳ:ମଧ୍ୟପ୍ରଦେଶରେ ସୋମବାର (ଫ୍ଲୋର ଟେଷ୍ଟ) ବହୁମତ ପରୀକ୍ଷା ହେବାନାହିଁ । ରବିବାର ସଂଧ୍ୟାରେ ବିଧାନସଭା କାର୍ଯ୍ୟାବଳୀ ପ୍ରକାଶ ପାଇଛି । କାର୍ଯ୍ୟସୂଚୀ ଅନୁସାରେ ସୋମବାର ପ୍ରଥମେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ରଖିବେ । ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । କାର୍ଯ୍ୟସୂଚୀରେ ଫ୍ଲୋରଟେଷ୍ଟ ପ୍ରସ୍ତାବ ନାହିଁ । ଅର୍ଥାତ ରାଜ୍ୟପାଳଙ୍କ ନିର୍ଦ୍ଦେଶ ମୁତାବକ ସୋମବାର କୋମଳନାଥ ସରକାର ବହୁମତ ସାବ୍ୟସ୍ତ କରିବେ ନାହିଁ । କାର୍ଯ୍ୟସୂଚୀ ପ୍ରକାଶ ପାଇବା ମାତ୍ରେ ବିରୋଧୀ ଦଳନେତା ଗୋପାଳ ଭାର୍ଗବ ଓ ବରିଷ୍ଠ ବିଧାୟକ ନରତ୍ତୋମ ମିଶ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ଫ୍ଲୋରଟେଷ୍ଟ ପାଇଁ ଦାବି କରିଛନ୍ତି ।

PHOTO
ମଧ୍ୟପ୍ରଦେଶ ରାଜନୀତି; ସୋମବାର ହେବନାହିଁ ଫ୍ଲୋରଟେଷ୍ଟ !

ଶନିବାର ରାଜ୍ୟପାଳ ଲାଲାଜୀ ଟଣ୍ଡନ ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ସୋମବାର ଫ୍ଲୋରଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳ ଲାଲଜୀ ଟଣ୍ଡନ ବହୁମତ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରି କହିଥିଲେ ‘ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ 16 ମାର୍ଚ୍ଚ 2020 ଦିନ 11ଟା ସମୟରେ ଆରମ୍ଭ ହେବ । ମୋର ଅଭିଭାଷଣ ପରେ ଏକମାତ୍ର କାର୍ଯ୍ୟ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ବହୁମତ ପରୀକ୍ଷା ଭୋଟିଂ ଆଧାରରେ ହିଁ ହେବ । ଅନ୍ୟ କୌଣସି ବିକଳ୍ପ ରେ ହେବନାହିଁ ।

ତେବେ ବାଚସ୍ପତିଙ୍କ ସମ୍ମୁଖରେ ଇସ୍ତଫା ଦେଇଥିବା ସମସ୍ତ ବିଧାୟକ ବ୍ୟକ୍ତିଗତ ଭାବେ ହାଜର ହୋଇନଥିବାରୁ ବାଚସ୍ପତି ଇସ୍ତଫା ଗ୍ରହଣ କରିନାହାଁନ୍ତି । ଫଳରେ ମଧ୍ୟପ୍ରଦେଶ କ୍ଷମତା ଲଢେଇ ରାଜନୀତିରେ ଏବେ ପୂର୍ଣ୍ଣଛେଦ ପଡିବ ନାହିଁ ଏହା ସ୍ପଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.