ETV Bharat / bharat

ବଜେଟରେ ବଢିନି ଟ୍ରେନ ଭଡା: ଯାତ୍ରୀଙ୍କୁ ଆଶ୍ବସ୍ତି ନା ନିର୍ବାଚନୀ ଭେଟି ? - FM Minister

ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଭାରତୀୟ ରେଳବାଇ ପାଇଁ 1 ଲକ୍ଷ 58 ହଜାର 658 କୋଟି ଟଙ୍କା ପୁଞ୍ଜି ବ୍ୟୟ ବରାଦ ଅନ୍ତରୀଣ ବଜେଟରେ କରିଛନ୍ତି । ରେଳବାଇକୁ ବଜେଟ ସହାୟତା ବାବଦରେ ୬୪,୫୮୭ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Feb 2, 2019, 8:10 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଶୁକ୍ରବାର ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଆଗତ କରିଛନ୍ତି । ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ଲୋଭନୀୟ ଘୋଷଣା କରିଛନ୍ତି । ବିଶେଷ କରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଚାଷୀଙ୍କଠାରୁ ମଧ୍ୟମ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ।

ଏଥର ବଜେଟରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଭାରତୀୟ ରେଳବାଇ ପାଇଁ 1 ଲକ୍ଷ 58 ହଜାର 658 କୋଟି ଟଙ୍କା ପୁଞ୍ଜି ବ୍ୟୟ ବରାଦ ଅନ୍ତରୀଣ ବଜେଟରେ କରିଛନ୍ତି । ରେଳବାଇକୁ ବଜେଟ ସହାୟତା ବାବଦରେ ୬୪,୫୮୭ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏଥର ବଜେଟରେ କୌଣସି ପ୍ରକାର ଭଡା ବୃଦ୍ଧି ପାଇନାହିଁ । ଯାହା ପାଇଁ ଯାତ୍ରୀ ଆଶ୍ବସ୍ତି ହୋଇଛନ୍ତି । ଏହାସହ ମାଲ ମାହାସୁଲରେ ମଧ୍ୟ କୌଣସି ବୃଦ୍ଧି ଘଟିନାହିଁ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଏପରିକି ଯାତ୍ରୀଙ୍କୁ ଆରାମ ବାବଦରେ ବଜେଟରେ ୧୦୦୦ କୋଟି ବ୍ୟୟବରାଦ ହୋଇଛି । ଏହାସହ ଯାତ୍ରୀଙ୍କ ସୁବିଧା ଲାଗି ୩୪୨୨ କୋଟି ମଧ୍ୟ ବରାଦ ହୋଇଛି । ଯାହା ଖୋରାକ ଯୋଗାଉଛି ଯେ ଏହା ଯାତ୍ରୀଙ୍କୁ ଆଶ୍ବସ୍ତି ପାଇଁ ବଜେଟ ନା ନିର୍ବାଚନୀ ଭେଟି । ଆଗକୁ ନିର୍ବାଚନ ଆସୁଥିବାବେଳେ ଟ୍ରେନ ଭଡା ବୃଦ୍ଧି ନକରି ମୋଦି ସରକାର ଏକ ନିର୍ବାଚନୀ ଷ୍ଟ୍ରୋକ ଖେଳିଛନ୍ତି ବୋଲି କୁହାଯାଉଛି । ହୁଏତ ଜୁଲାଇରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟରେ ଏହା ବୃ୍ଦ୍ଧି ପାଇବାର ଆଶା କରାଯାଉଛି ।

undefined

ତେବେ ଏଥର ବଜେଟରେ ନୂଆ ରେଳଧାରଣା ନିର୍ମାଣ ବାବଦରେ ୭୨୫୫ କୋଟି, ଗେଜ ପରିବର୍ତ୍ତନ ଲାଗି ୨୨୦୦ କୋଟି, ଦୋହରୀକରଣ ବାବଦରେ ୭୦୦ କୋଟି, ରୋଲିଂ ଷ୍ଟକ୍ସ ବାବଦରେ ୬୧୧୪.୮୨ କୋଟି ଏବଂ ସିଗନାଲିଂ ଓ ଟେଲିକମ୍ ବାବଦରେ ୧୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ରେଳର ପରିଚାଳନା ଅନୁପାତ ୨୦୧୭-୧୮ରେ ୯୮.୪ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ଏଥିରେ ଉନ୍ନତି ଆସିଛି ଏବଂ ଏହା ୯୬.୨ ପ୍ରତିଶତରେ ରହିଛି ବୋଲି ବଜେଟରେ ଅର୍ଥମନ୍ତ୍ରୀ କହିଛନ୍ତି । ଆସନ୍ତା ଆର୍ଥିକ ବର୍ଷ ଏହି ଅନୁପାତକୁ ୯୫ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.