ETV Bharat / bharat

7 ଦିନ ମଧ୍ୟରେ 80 ଜିଲ୍ଲାରେ ନାହିଁ କୋରୋନା ମାମଲା: ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ରିପୋର୍ଟ

ଗତ କିଛି ଦିନ ହେବ ଦେଶର କେତେକ ଜିଲ୍ଲାରେ ନାହିଁ କୋରୋନା ମାମଲା । ଗତ 24 ଘଣ୍ଟାରେ 15 ଶହ ମାମଲା ଆସିବା ସତ୍ତ୍ବେ 80ଟି ଜିଲ୍ଲାରୁ ନାହିଁ କୋରୋନା ରିପୋର୍ଟ । ଅଧିକ ପଢନ୍ତୁ...

80 ଜିଲ୍ଲାରେ ନାହିଁ କୋରୋନା ମାମଲା
80 ଜିଲ୍ଲାରେ ନାହିଁ କୋରୋନା ମାମଲା
author img

By

Published : Apr 28, 2020, 2:28 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ନେଇ ଏକ ଆଶ୍ବସ୍ତି ଖବର ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଗତ 7 ଦିନ ମଧ୍ୟରେ 80 ଜିଲ୍ଲାରେ ନାହିଁ ଗୋଟିଏ ବି ହେଲେ କୋରୋନା ମାମଲା ।

ସେହିପରି 14 ଦିନ ମଧ୍ୟରେ 47ଟି ଜିଲ୍ଲାରେ ଗୋଟିଏ ବି ହେଲେ କୋରୋନା ମାମଲା ସାମ୍ନାକୁ ଆସିନାହିଁ । 21 ଦିନ ମଧ୍ୟରେ ଅନ୍ୟ 39ଟି ଜିଲ୍ଲାରେ ମଧ୍ୟ କୋରୋନା ରିପୋର୍ଟ ମିଳିନାହିଁ । 17ଟି ଜିଲ୍ଲାରେ ଗତ 28 ଦିନରେ ମଧ୍ୟ କୋରୋନା ଚିହ୍ନଟ ହୋଇନାହାଁନ୍ତି ।

ଅନ୍ୟପଟେ, 300ଟି ଜିଲ୍ଲା କୋରୋନା ମୁକ୍ତ ଅର୍ଥାତ ନନ-ହଟସ୍ପଟ ଅଞ୍ଚଳ ଘୋଷଣା କରାଯାଇଛି । 129 ଜିଲ୍ଲା କୋରୋନା ହଟସ୍ପଟ ଭାବେ ଚିହ୍ନଟ କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ଏପରିକି ଗତ 24 ଘଣ୍ଟାରେ 16 ଜିଲ୍ଲା ରୁ ନାହିଁ କୌଣସି କୋରୋନା ମାମଲା ।

ସୂଚନାଯୋଗ୍ୟ, ମଙ୍ଗଳବାର ସୁଦ୍ଧା ଦେଶରେ 29, 453ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 21,632 ଜଣ ସକ୍ରିୟ ଥିବାବେଳେ 6869 ସୁସ୍ଥ ହୋଇସାରିଲେଣି । ମୃତ୍ୟୁ ସଂଖ୍ୟା 934 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.