ନୂଆଦିଲ୍ଲୀ: କୋରୋନା ଭୁତାଣୁ ପାଇଁ ସାରା ଦେଶ ଏବେ ଆତଙ୍କିତ । ଏଯାବତ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 29ରେ ପହଁଞ୍ଚିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ କାର୍ଯ୍ୟାଳୟରେ କର୍ମଚାରୀଙ୍କ ବାୟୋମେଟ୍ରିକ ଉପସ୍ଥାନ ଉପରେ ରୋକ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରେଜିଷ୍ଟରରେ ଉପସ୍ଥାନ ନେବାକୁ ସମସ୍ତ କାର୍ଯ୍ୟାଳୟକୁ ନୋଟିସ ଦିଆଯାଇଛି ।
ବାୟୋମେଟ୍ରିକରେ ଉପସ୍ଥାନ ଦେବାବେଳେ ଆଖି ତଥା ହାତର ବ୍ୟବହାର ହୋଇଥାଏ । ବାୟୋମେଟ୍ରିକ ମେସିନରେ ବାରମ୍ବାର ହାତ ଲାଗିଲେ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଏହାସହ କୋରୋନା ଭୁତାଣୁ ବିଶେଷ କରି ଆଖି ଓ ହାତ ମାଧ୍ୟମରେ ଶରୀରକୁ ପ୍ରବେଶ କରୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ନିରାକରଣ ପାଇଁ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି । ସାରା ବିଶ୍ବର ବିଭିନ୍ନ ଦେଶ ଓ ସହର ପରେ ଏବେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳାଇଛି କୋରୋନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ