ETV Bharat / bharat

ମାଡି ଆସୁଛି ବାତ୍ୟା: ତାମିଲନାଡୁରେ ବର୍ଷା ଜାରି, ସମୁଦ୍ର ଅଶାନ୍ତ

author img

By

Published : Nov 24, 2020, 7:04 PM IST

Updated : Nov 24, 2020, 7:21 PM IST

ମାଡି ଆସୁଛି ‘ନିଭାର’ । ପ୍ରଭାବରେ ତାମିଲନାଡୁରେ ବର୍ଷା ଜାରି । 26 ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବା ସମ୍ଭାବନା । ଅଧିକ ପଢନ୍ତୁ...

ମାଡି ଆସୁଛି ବାତ୍ୟା
ମାଡି ଆସୁଛି ବାତ୍ୟା

ଚେନ୍ନାଇ: ମାଡି ଆସୁଛି ବାତ୍ୟା ‘ନିଭାର’ । ଏହାର ପ୍ରଭାବରେ ତାମିଲନାଡୁରେ ସୋମବାରଠୁ ବର୍ଷା ଲାଗି ରହିଛି । ‘ନିଭାର’ ତାମିଲନାଡୁ ଓ ପୁଡୁଚେରୀ ସମୁଦ୍ରକୂଳ କାରାଇକାଲ ଓ ମମଲାପୁରମ ଭିତରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି ।

ବାତ୍ୟା ଉପକୂଳ ଛୁଇଁବା ପୂର୍ବରୁ ତାହାର ପ୍ରଭାବ ଦେଖିବାକୁ ମିଳିଛି । ତାମିଲନାଡୁରେ ପ୍ରବଳ ବର୍ଷା ହେଉଥିବାବେଳେ ଚାରିଆଡେ ଜଳମୟ ହୋଇଯାଇଛି ।

ମାଡି ଆସୁଛି ବାତ୍ୟା

25 ତାରିଖ ସନ୍ଧ୍ୟାରେ ଏହି ବାତ୍ୟା କାରାଇକାଲ ଓ ମମଲାପୁରମ ଭିତରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସ୍ଥଳଭାଗ ଛୁଇଁବା ସମୟରେ ପବନର ଗତି ଘଣ୍ଟାପ୍ରତି 120ରୁ 130 କିମି ରହିବାକୁ ଥିବାବେଳେ ସ୍ଥାନେ ସ୍ଥାନେ 140 କିମି ମଧ୍ୟ ଛୁଇଁବ ବୋଲି ଆକଳନ କରାଯାଇଛି । ଯାହାର ପ୍ରଭାବରେ ଆସନ୍ତା ତିନି ଦିନ ଧରି ତାମିଲନାଡୁରେ ବର୍ଷା ଲାଗି ରହିବ । ରାଜ୍ୟର 14 ଜିଲ୍ଲା ସମେତ ପୁ଼ଡୁଚେରୀରେ ବର୍ଷା ହେବ ।

ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ର ଭିତରେ ରହିଛନ୍ତି ସେମାନଙ୍କୁ ଫେରିଆସିବାକୁ କୁହାଯାଇଛି ।

ସୋମବାର ରାତିରେ ‘ନିଭାର’ ଘଣ୍ଟାପ୍ରତି 5 କିମିରେ ଆସୁଥିବାବେଳେ ଆଜି ସକାଳୁ ତିନିଘଣ୍ଟା ଧରି ଏହା ଗୋଟିଏ ସ୍ଥାନରେ ଥିବା କୁହାଯାଉଛି । ଯେଉଁଠି ବାତ୍ୟା ବଳ ଗୋଟାଉଥିବାବେଳେ ଭୟଙ୍କର ରୂପ ନେଇ ଆସିପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 24, 2020, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.