ETV Bharat / bharat

ନୀତିଶ ହେବେ ବିହାରର ମୁଖ୍ୟମନ୍ତ୍ରୀ: ଅମିତ ଶାହ

author img

By

Published : Oct 18, 2020, 10:37 AM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିହାର ନିର୍ବାଚନରେ ବିଜେପି ଅଧିକ ସିଟ ହାସଲ କଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଦାବି କରିବ କି ବୋଲି ପ୍ରଶ୍ନ ପଚରାଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି, ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ନୀତିଶ ହିଁ ହେବେ ମୁଖ୍ୟମନ୍ତ୍ରୀ ।

ନୀତୀଶ ହିଁ ହେବେ ବିହାରର ମୁଖ୍ୟମନ୍ତ୍ରୀ : ଅମିତ ଶାହା

ନୂଆଦିଲ୍ଲୀ: ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ନୀତିଶ କୁମାର ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଏହା କହିଛନ୍ତି । ମତଦାନରେ ଏନଡିଏ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବ ବୋଲି ଶାହ ଦୃଢୋକ୍ତି ପ୍ରକାଶ କହିଛନ୍ତି ।

ନୀତିଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଆମେ ଏହି ଘୋଷଣା କରିଛୁ ଏବଂ ଆମେ ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶାହ କହିଛନ୍ତି ।

ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବ କି ? ବିହାରରେ ଯଦି ନୀତିଶ କୁମାରଙ୍କ ନେତୃତ୍ବରେ ସହଯୋଗୀ ଜେଡି(ୟୁ) ଠାରୁ ବଜେପି ଅଧିକ ଆସନ ପାଏ | ଏହି ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ବିହାରର ଲୋକମାନେ 'ଡବଲ ଇଞ୍ଜିନ' ସରକାର ପାଇବେ । ବିହାରରେ ନୀତିଶ କୁମାରଙ୍କ ନେତୃତ୍ବ ଏବଂ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଶାସନ ଚାଲିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ବିହାରରେ ଏନଡିଏ ମେଣ୍ଟରୁ ଓହରିଥିବା ଲୋକ ଜନଶକ୍ତି ପାର୍ଟି ବିଷୟରେ ଶାହ କହିଛନ୍ତି । ଦଳକୁ ପର୍ଯ୍ୟାପ୍ତ ଆସନ ଦିଆଯାଇଥିଲା କିନ୍ତୁ ତଥାପି ସେ ମହାମେଣ୍ଟରୁ ଦୂରେଇ ଯାଇଛନ୍ତି । ଏହା LJPର ନିଷ୍ପତ୍ତି ଥିଲା, ଆମର ନୁହେଁ ।

ସୂଚନାଥାଉକି 243 ସିଟ୍ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଅକ୍ଟୋବର 28, ନଭେମ୍ବର 3 ଦ୍ବିତିୟ ପର୍ଯ୍ୟାୟ, ଏବଂ 7 ରେ ତୃତିୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର 10 ରେ ଭୋଟ ଗଣନା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.