ETV Bharat / bharat

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର: ମୁକେଶ ସାହାନୀ - ବିକାଶଶୀଳ ଇନସାନ ପାର୍ଟି

ବିହାର ବିଧାନସଭା ନିର୍ବାଚନରେ ଏନଡିଏରେ ସାମିଲ ହେଲା ବିକାଶଶୀଳ ଇନସାନ ପାର୍ଟି 7ଟି ସିଟରେ ଲଢିବ ନିର୍ବାଚନ । ପୂର୍ବରୁ ମହାମେଣ୍ଟରେ ସାମିଲ ଥିବା ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ନିଜେ ସମ୍ପର୍କ ଭାଙ୍ଗି ଦେଇଥିଲା । ଅଧିକ ପଢନ୍ତୁ...

ନୀତୀଶ କୁମାରଙ୍କୁ ପୁଣି ହେବେ ମୁଖ୍ୟମନ୍ତ୍ରୀ : ମୁକେଶ ସାହାନୀ

author img

By

Published : Oct 6, 2020, 9:25 PM IST

ପାଟନା: ଏନଡିଏରେ ସାମିଲ ହେଲା ମୁକେଶ ସାହାନୀଙ୍କ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) । ନୀତିଶ କୁମାର ପୁଣି ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି । ଭିଆଇପି 7 ଟି ସିଟରେ ଲଢିବ ନିର୍ବାଚନ ।

ପୂର୍ବରୁ ମହାମେଣ୍ଟରେ ସାମିଲ ଥିବା ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ପ୍ରେସମିଟରେ ନିଜେ ସମ୍ପର୍କ ଭାଙ୍ଗି ଦେଇଥିଲେ । ମହାମେଣ୍ଟ ଆମ ପିଠିରେ ଛୁରୀ ଭୁଷିଛି ବୋଲି ଅଭିଯୋଗ କରିଥିଲେ । ‘ବର୍ତ୍ତମାନ ଆମେ ଏନଡିଏରେ ସାମିଲ ହୋଇଛୁ । ଦଳର ହାଇକମାଣ୍ଡ ସହିତ ମିଶିଛୁ ଏବଂ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି’ ବୋଲି କହିଛନ୍ତି । ମୁକେଶ ସାହାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ମହାମେଣ୍ଟରେ କଂଗ୍ରେସ ଆମକୁ ଅନ୍ଧକାରରେ ରଖିଥିଲା । ‘ଆମେ କଂଗ୍ରେସର ବଡ ନେତାମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲୁ । ସେହି ସମୟରେ ଆମେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କୁ ଭେଟିବା ଜାରି ରଖିଥିଲୁ । କିନ୍ତୁ ଶେଷ ଥର ପାଇଁ ଆମକୁ ପ୍ରତାରଣା କରାଯାଇଥିଲା । ଏଥର ଆମେ ଏନଡିଏ ସହିତ ଆସିଛୁ ଏବଂ ବିହାରର 243 ଟି ଆସନରେ ବିଜୟୀ ହୋଇ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ନୀତୀଶ କୁମାରଙ୍କୁ ବିହାରରେ ମୁଖ୍ୟମନ୍ତ୍ରୀ କରିବୁ’ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.