ETV Bharat / bharat

ଚିରାଗଙ୍କ ଦାବି, LJP କ୍ଷମତାକୁ ଆସିଲେ ଜେଲ ଯିବେ ନୀତିଶ - chirag paswan statement

ଏନଡିଏ ଠାରୁ ଆଲଗା ହେବା ପରେ କ୍ରମାଗତ ଭାବରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ ଟାର୍ଗେଟ କରିଚାଲିଛନ୍ତି ଚିରାଗ । ଲୋକ ଜନଶକ୍ତି ପାର୍ଟି କ୍ଷମତାକୁ ଆସେ ତାହେଲେ ନିତିଶ କୁମାର ଜେଲ ଯିବେ ବୋଲି ଦାବି କରିଛନ୍ତି ସେ । ଅଧିକ ପଢନ୍ତୁ...

ଚିରାଗଙ୍କ ଦାବି, LJP କ୍ଷମତାକୁ ଆସିଲେ ଜେଲ ଯିବେ ନିତିଶ

author img

By

Published : Oct 25, 2020, 6:35 PM IST

ପାଟନା: ବିହାର ନିର୍ବାଚନରେ ଅଚାନକ ବଦଳିଥିବା ଚିରାଗ ପାସୱାନଙ୍କ ରାଜନୈତିକ ଅଙ୍କକଷା ଏବେ ବିଗାଡି ଚାଲିଛି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଛବିର ସମସ୍ତ ମାନସାଙ୍କ । ଏନଡିଏ ଠାରୁ ଆଲଗା ହେବା ପରେ କ୍ରମାଗତ ଭାବରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ ଟାର୍ଗେଟ କରିଚାଲିଛନ୍ତି ଚିରାଗ ।

କେବେ ଅସମ୍ଭବ ନୀତିଶ ତ ପୁଣି ଆଉ କେବେ ନୀତିଶମୁକ୍ତ ବିହାର ଟ୍ବିଟ କରି ଜେଡିୟୁ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ଚିରାଗ ପାସୱାନ । ବିହାର ନିର୍ବାଚନକୁ ନେଇ ଏକ ରାଲିରେ ବଡ ଦାବି କରିଛନ୍ତି ଚିରାଗ । ଯଦି ଲୋକ ଜନଶକ୍ତି ପାର୍ଟି କ୍ଷମତାକୁ ଆସେ ତାହେଲେ ନୀତିଶ କୁମାର ଜେଲ ଯିବେ ବୋଲି ଦାବି କରିଛନ୍ତି ସେ ।

ବକ୍ସରର ଡୁମରାୱରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ନୀତିଶ ସରକାରଙ୍କୁ ଘେରିଛନ୍ତି ଚିରାଗ । ସେ କହିଛନ୍ତି ଯେ ବିହାରରେ ମାଦକଦ୍ରବ୍ୟ ଉପରେ ପ୍ରତିବନ୍ଧକ ବିଫଳ ହୋଇଯାଇଛି । ସମସ୍ତ ସ୍ଥାନରେ ଅବୈଧ ମଦ ବିକ୍ରି ଜାରି ରହିଛି ଏବଂ ଏହାର କମିଶନ ନୀତିଶ କୁମାରଙ୍କ ପାଖରେ ପହଞ୍ଚୁଥିବା ଅଭିଯୋଗ କରିଛନ୍ତି ଚିରାଗ ।

ଚିରାଗ ପାସୱାନ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ, ଯୁବ ବିରୋଧୀ ତଥା ବିହାରକୁ ନଷ୍ଟ କରୁଥିବା ନୀତିଶଙ୍କ ମୁଖ୍ୟମନ୍ତ୍ରୀ ହେବାର ଅଧିକାର ନାହିଁ । | ଆହୁରି ମଧ୍ୟ ଚିରାଗ କହିଛନ୍ତି ଯେ ସାତ ନିଶ୍ଚୟ ଯୋଜନାରେ ଘୋଟାଲା କରୁଥିବା ଲୋକେ ଅଧିକାରୀ କିମ୍ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଅବଶ୍ୟ ଜେଲ ଯିବେ ବୋଲି ଦାବି କରିଛନ୍ତି ଚିରାଗ ।

ପାସୱାନ କହିଛନ୍ତି, ଏଲଜେପି ସରକାର ଗଠନ ପରେ ଏସବୁରେ ତଦନ୍ତ କରାଯିବ । ଅଭିଯୁକ୍ତଙ୍କୁ ଜେଲକୁ ପଠାଯିବ। ଏଲଜେପି ମୁଖ୍ୟ କହିଛନ୍ତି ଯେ କାରଖାନା ଏଠାରେ ଖୋଲିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମନା କରି ଦେଇଛନ୍ତି। ଆମ ରାଜ୍ୟରେ ଜଣେ ଯୁବ ବିରୋଧୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ଯୁବକମାନେ ଆଗକୁ ବଢନ୍ତୁ ବୋଲି ସେ ଚାହୁଁନାହାଁନ୍ତି।

ଜନତା ଦଳ ୟୁନାଇଟେଡ ରାଜ୍ୟ ଅଧ୍ୟକ୍ଷ ଭାଶିଷ୍ଠ ନାରାୟଣ ସିଂ ଚିରାଗ ପାସୱାନଙ୍କୁ ଟାର୍ଗେଟ କରିଛନ୍ତି । ଜେଡିୟୁ ରାଜ୍ୟ ସଭାପତି ବଶିଷ୍ଠ ନାରାୟଣ ସିଂ କହିଛନ୍ତି ଯେ ଚିରାଗ ପାସୱାନ ଏବଂ ତେଜସ୍ବୀ ଯାଦବ ହାତ ମିଳାଇଛନ୍ତି। ଜେଡିୟୁ ସଭାପତି କହିଛନ୍ତି ଯେ ଚିରାଗ ଜାଣିଛନ୍ତି କି ଏଥର ନିର୍ବାଚନରେ ​​ତାଙ୍କ ଶାଗ ସିଝିବ ନାହିଁ, ତେଣୁ ସେ କ୍ରମାଗତ ଭାବରେ ଦ୍ବନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ବଶିଷ୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଦ୍ବନ୍ଦ ଦୂର କରିଛନ୍ତି ଏବଂ ଜନସାଧାରଣ ମଧ୍ୟ ସବୁକିଛି ଭଲ ଭାବରେ ବୁଝୁଛନ୍ତି। ନୀତିଶ କୁମାର 14 ରୁ 15 ଘଣ୍ଟା ପର୍ଯ୍ୟନ୍ତ କାମ କରନ୍ତି ଯାହା ବିହାରର ଲୋକମାନେ ଭଲ ଭାବରେ ଜାଣିଛନ୍ତି ବୋଲି ବଶିଷ୍ଠ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.