ପାଟନା: ପ୍ରବାସୀ ଶ୍ରମିକଙ୍କ ସମେତ ବହୁ ଲୋକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ଏପଟେ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି, ଲକଡାଉନ ପାଇଁ ବହୁ ରାଜ୍ୟରେ ଫସି ରହିଥିବା ଛାତ୍ର, ଶ୍ରମିକ ଏବଂ ପର୍ଯ୍ୟଟକଙ୍କୁ ଫେରାଇ ଆଣିବା ପାଇଁ ଅନୁମତି ମିଳିବା ପରେ ଯେତେବେଳେ ଲୋକମାନେ 2000 ବସ୍ ପଠାଇବାକୁ ବଡ଼ ବଡ ଦାବି କରିଥିଲେ ସେତେବେଳେ ସେମାନେ ଏଭଳି ବିପଦ ସମୟରେ ରାଜନୀତି ରୁଟି ସେକିବା ଆରମ୍ଭ କରିଥିଲେ ।
ଏଥିସହ ସେ କହିଛନ୍ତି, ଆମେ ଖୁସି ଅଛୁ କି ଗୃହ ମନ୍ତ୍ରଣାଳୟ ବିହାରର ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁରୋଧ ଗ୍ରହଣ କରି 24 ଘଣ୍ଟା ମଧ୍ୟରେ ଅନୁମତି ଦେଇଛନ୍ତି। ଲକ୍ଷ ଲକ୍ଷ ଲୋକଙ୍କୁ ଆରାମ ଦେଇଥିବା ନିଷ୍ପତ୍ତି ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଉଛୁ । ଏଥିସହ ସେ କହିଛନ୍ତି ଯେଉଁ ଲୋକମାନେ ସ୍ବତନ୍ତ୍ର ଟେନ ପାଇଁ ଧୈର୍ଯ୍ୟପୂର୍ବ ଅପେକ୍ଷା କରି କୋରୋନ ଭାଇରସ ରୋକିବା ଯୁଦ୍ଧରେ ଆମ ସାଥ ଛାଡିନାହାନ୍ତି ସେମାନଙ୍କୁ ଆମେ ନତମସ୍ତକରେ ପ୍ରଣାମ କରୁଛୁ ।