ETV Bharat / bharat

ବିହାରରେ ଏନଆରସି ଲାଗୁ ହେବାର ପ୍ରଶ୍ନ ଉଠୁନି: ନୀତିଶ କୁମାର - nitish kumar on nrc

ଜାତୀୟ ନାଗରିକତା ପଞ୍ଜୀକା(ଏନଆରସି)କୁ ନେଇ ବଡ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଜାଣନ୍ତୁ ସେ କ'ଣ କହିଛନ୍ତି...

nitish-kumar-on-nrc
ନୀତିଶ କୁମାର
author img

By

Published : Jan 13, 2020, 4:54 PM IST

Updated : Jan 13, 2020, 10:01 PM IST

ପାଟନା: ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ବଡ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାରରେ ଏନଆରସି ଲାଗୁ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସଫା ସଫା ମନା କରିଛନ୍ତି ସେ । ଏହା ସହିତ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)ର ସମର୍ଥନ କରି ପୁଣିଥରେ ଜାତି ଆଧାରରେ ଜନଗଣନା ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ନୀତିଶ କୁମାର

ସୋମବାର ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳର ବିଧାୟକ ସିଏଏ ଏବଂ ଏନଆରସିକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ବିହାରରେ ସିଏଏ ଏବଂ ଏନଆରସି ଲାଗୁ ହେବାକୁ ଦେବୁ ନାହିଁ ବୋଲି ସେମାନେ କହିଥିଲେ । ତେବେ ଏହି ବିରୋଧ ପ୍ରଦର୍ଶନ ମଧ୍ୟରେ ବିହାରରେ ଏନଆରସି ଲାଗୁ ହେବ ନାହିଁ ବୋଲି ବିଧାନସଭାରେ ସ୍ପଷ୍ଟ କରିଛନ୍ତି ନୀତିଶ କୁମାର ।

ସେ ବିଧାନସଭାରେ ସମ୍ବୋଧିତ କରି କହିଛନ୍ତି, ବିହାରରେ ଏନଆରସି ଲାଗୁ କରିବାର ପ୍ରଶ୍ମ ହିଁ ଉଠୁନାହିଁ । ଏହି ପ୍ରସଙ୍ଗ କେବଳ ଆସାମ ସହ ଜଡିତ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନେଇ ସ୍ପଷ୍ଟୀକରଣ ରଖିସାରିଛନ୍ତି ବୋଲି ସେ କହିଛନ୍ତି । ସେପଟେ ଏନପିଆରର ସମର୍ଥନରେ ନୀତିଶ କହିଛନ୍ତି, ଏନପିଆରରେ କେତେକ ବିଷୟ ଉପରେ ପ୍ରଶ୍ନ କରାଯାଉଛି ତାହା ଆମେ ମଧ୍ୟ ଜାଣିବାକୁ ଚାହୁଁଛୁ । 1930 ମସିହା ପରଠାରୁ ଜାତିଗତ ଜନଗଣନା ହୋଇନାହିଁ । ଚଳିତ ଥର ଜାତିଗତ ଗଣନା ହେବା ଉଚିତ । ଏନେଇ ସଦନରେ ଚର୍ଚ୍ଚା ହେବ ବୋଲି ନୀତିଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ନୀତୀଶ କୁମାର ବିହାରରେ ଏନଆରସି ଲାଗୁ ହେବନାହିଁ ବୋଲି କହିଥିଲେ। ହେଲେ ପ୍ରଥମଥର ପାଇଁ ସେ ବିଧାନସଭାରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Jan 13, 2020, 10:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.