ETV Bharat / bharat

ଅପେକ୍ଷାର ଅନ୍ତ! ମଙ୍ଗଳବାର ହେବ ନୀତିଶ ମନ୍ତ୍ରୀମଣ୍ଡଳର ବିସ୍ତାର - ବିହାର କ୍ୟାବିନେଟ

ସୂଚନା ଅନୁଯାୟୀ ମଙ୍ଗଳବାର ହେବ ନୀତିଶ ମନ୍ତ୍ରୀମଣ୍ଡଳର ବିସ୍ତାର । ପାଟନା ରାଜଭବନର ରାଜେନ୍ଦ୍ର ମଣ୍ଡପରେ ହେବ ଶପଥ ଗ୍ରହଣ ସମାରୋହ । ଅଧିକ ପଢନ୍ତୁ...

ଅପେକ୍ଷାର ଅନ୍ତ! ମଙ୍ଗଳବାର ହେବ ନୀତିଶ ମନ୍ତ୍ରୀମଣ୍ଡଳର ବିସ୍ତାର

author img

By

Published : Feb 8, 2021, 8:41 PM IST

ପାଟନା: ବିହାର ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ ସାମ୍ନାକୁ ଆସିଛି ବଡ ଖବର । ସୂଚନା ଅନୁଯାୟୀ ମଙ୍ଗଳବାର ହେବ ନୀତିଶ ମନ୍ତ୍ରୀମଣ୍ଡଳର ବିସ୍ତାର । ପାଟନା ରାଜଭବନର ରାଜେନ୍ଦ୍ର ମଣ୍ଡପରେ ହେବ ଶପଥଗ୍ରହଣ ସମାରୋହ । କ୍ୟାବିନେଟ ବିସ୍ତାରରେ ହେଉଥିବା ବିଳମ୍ବକୁ ଯୋଗୁଁ ବିଜେପି ଓ ଜେଡିୟୁ ମଧ୍ୟରେ ବିଭାଗ ଭାଗବଣ୍ଟା ନେଇ ଟଣାଓଟରା ଚାଲିଥିବା ଚର୍ଚ୍ଚା ହେଉଥିଲା । ସେପଟେ ବିରୋଧୀ ମଧ୍ୟ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କରୁଥିଲେ ଟାର୍ଗେଟ ।

ବିହାରରେ ଏବେ ଏନଡିଏ ସରକାର ଅଛି । ଏଥିରେ ବିଜେପି, ଜେଡିୟୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି ଏବଂ ମୁକେଶ ସାହନିଙ୍କ ବିକାଶ ଇନସାନ ପାର୍ଟି ଅନ୍ତର୍ଭୁକ୍ତ। ବିହାର ବିଧାନସଭା ସଦସ୍ୟଙ୍କ ସଂଖ୍ୟା 243 ଥିବାବେଳେ ସେଥିମଧ୍ୟରୁ 15 ପ୍ରତିଶତ ବିଧାୟକ ମନ୍ତ୍ରୀ ହୋଇପାରିବେ । ଏଥିରୁ ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ 36 ଜଣ ସଦସ୍ୟ ବିହାର କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ଜେଡିୟୁ ନେତା ତଥା ଶିକ୍ଷା ମନ୍ତ୍ରୀ ମେୱାଲାଲ ଚୌଧୁରୀ ଇସ୍ତଫା ଦେଇଥିବାବେଳେ ବର୍ତ୍ତମାନ ପ୍ରାୟ 21 ଜଣ ନୂଆ ଚେହେରା ନୀତିଶ କ୍ୟାବିନେଟରେ ସାମିଲ ହୋଇପାରନ୍ତି । ତେବେ ଏପର୍ଯ୍ୟନ୍ତ ନୂଆ ମନ୍ତ୍ରୀଙ୍କ ନାଁ ପ୍ରକାଶ କରାଯାଇନାହିଁ ।

ବର୍ତ୍ତମାନ ବିହାର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ 14 ମନ୍ତ୍ରୀ ରହିଛନ୍ତି । ଏବେ ବି 24 ମନ୍ତ୍ରୀ ପଦ ଖାଲି ରହିଛି । ତେବେ ବିଜେପି ପକ୍ଷରୁ ଶାହନୱାଜ ହୁସେନ, ସମ୍ରାଟ ଚୌଧୁରୀ ନିତିନ ନବୀନ ଓ ସଞ୍ଜୀବ ଚୌରସିଆଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷେ ଜେଡିୟୁରୁ ଜାମା ଖାନ, ସଞ୍ଜୟ ଝା ଓ ସୁମିତ ସିଂହଙ୍କ ନାଁ ଚର୍ଚ୍ଚାରେ ରହିଛି ।

ବିହାରରେ ଏପରି ଅନେକ ମନ୍ତ୍ରୀ ରହିଛନ୍ତି, ଯେଉଁମାନଙ୍କ ପାଖରେ 5ରୁ 6ଟି ବିଭାଗ ଦାୟିତ୍ବ ରହିଛି । ଏହି କାରଣକୁ କ୍ୟାବିନେଟ ବିସ୍ତାର କେବେ ହେବ ବୋଲି ପ୍ରଶ୍ନ ଉଠିଆସୁଥିଲା । ବିହାରରେ 16 ନଭେମ୍ବରରେ ହୋଇଥିଲା ନୀତିଶ ସରକାରର ଗଠନ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ 14 ମନ୍ତ୍ରୀ ନେଇଥିଲେ ଶପଥ । ମେୱାଲାଲ ଚୌଧୁରୀଙ୍କ ଇସ୍ତଫା ପରେ ଏବେ ମନ୍ତ୍ରୀ ମଣ୍ଡଳରେ 13 ଜଣ ରହିଛନ୍ତି । 13 ଜଣ ମନ୍ତ୍ରୀଙ୍କ ମଧ୍ୟରୁ ବିଜେପିରୁ 7, ଜେଡିୟୁର 4, ହମରୁ ଜଣେ ଓ ଭିଆଇପିରୁ ଜଣେ ମନ୍ତ୍ରୀ ସାମିଲ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.