ETV Bharat / bharat

ମୋଦି 2.0ରେ ଗଡକରୀଙ୍କ ନୂଆ ଟାର୍ଗେଟ, ଏବର୍ଷ ହେବ 12 ହଜାର କିମି ହାଇୱେ

ପ୍ରତିଥର ବଡ ଟାର୍ଗେଟ ସେଟ୍ କରୁଥିବା କେନ୍ଦ୍ରମନ୍ତ୍ରୀ ଏଥର ପୁଣି ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରାଳୟ ସମ୍ଭାଳିବା କ୍ଷଣି ସେ କହିଥିଲେ ଚଳିତ ବର୍ଷ ସେ ପ୍ରାୟ 12,000 କିମି ରାଷ୍ଟ୍ରୀୟ ମାର୍ଗ ନିର୍ମାଣ କରିବେ ।

author img

By

Published : Jun 5, 2019, 2:39 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଦିଗ୍ଗଜ ନେତା ନୀତିନ ଗଡକରୀ ମଙ୍ଗଳବାର ପୁଣି ଥରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଛନ୍ତି । ପ୍ରତିଥର ବଡ ଟାର୍ଗେଟ ସେଟ୍ କରୁଥିବା କେନ୍ଦ୍ରମନ୍ତ୍ରୀ ଏଥର ପୁଣି ଏକ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମନ୍ତ୍ରାଳୟ ସମ୍ଭାଳିବା କ୍ଷଣି ସେ କହିଥିଲେ ଚଳିତ ବର୍ଷ ସେ ପ୍ରାୟ 12,000 କିମି ରାଷ୍ଟ୍ରୀୟ ମାର୍ଗ ନିର୍ମାଣ କରିବେ ।

ଗଡକରୀଙ୍କ ଲକ୍ଷ୍ୟ ରହିଛି, ତାଙ୍କ ମନ୍ତ୍ରାଳୟ ଗୋଟିଏ ଦିନରେ 40 କିଲୋମିଟର ସଡକ ନିର୍ମାଣ କରିବେ । ତାଙ୍କ ଅନୁସାରେ, ଏପର୍ଯ୍ୟନ୍ତ ସେ 30 କିମିରୁ ଅଧିକ ସଡକ ନିର୍ମାଣ କିରସାରିଛନ୍ତି । କିନ୍ତୁ ଆଗକୁ ସେ 40 କିମି ପ୍ରତିଦିନର ଟାର୍ଗେଟ ରଖିଛନ୍ତି ।

ସୂଚନାଯୋଗ୍ୟ, ନୀତିନ ଗଡକରୀ ମୋଦି ସରକାରର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ଏହି ମନ୍ତ୍ରାଳୟର ଇନାଚାର୍ଜ ଥିଲେ । ଏତତ୍ ବ୍ୟତୀତ ଏଥର ତାଙ୍କୁ ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ମିଳିଛି । ଏହାସହ ସେ କହିଛନ୍ତି ଏଥର ତାଙ୍କ ଲକ୍ଷ୍ୟ ଦେଶରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରିବା ରହିଛି ।

SLUG....ନନ୍ଦପଡା ର ଵଂ ବରାଡ଼ ବାଳୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ସମ୍ପନ୍ନ।
Format...Pkg.
Reporter.Badsah Jusman Rana
Date.05.06.19...
Place.Sambalpur.

Anchor.... ସମ୍ବଲପୁର ନନ୍ଦପଡା ର ଵଂ ବରାଡ଼ ବାଲୁଙ୍କେଶ୍ୱର ବାବା ଙ୍କ ବିବାହ ପାଇଁ  ଦେବ ନିମନ୍ତ୍ରଣ ବା ନୃସିଂହ ନିଉତା ଗତ ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି।ଆସନ୍ତା 7 ତାରିଖରେ ହେବ ଦେବ ଦମ୍ପତି ଙ୍କ ବାହାଘର।ତେବେ ନନ୍ଦପଡା ର ଶୀତଲଷଷ୍ଠୀ ର ସ୍ଵତନ୍ତ୍ରତା ହେଉଛି ଅନ୍ୟ ସବୁ ଠାରେ ଦେବଦମ୍ପତିଙ୍କ ବିବାହର ନିମନ୍ତ୍ରଣ କରିବା କାର୍ଯ୍ୟ ଭଗବାନ ହନୁମାନ କରୁଥିବା ବେଳେ କେବଳ ଏଠାରେ  ନୃସିଂହ ଭଗବାନ ଏହି କାର୍ଯ୍ୟ ତୁଳାନ୍ତି।ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାହାଣୀ।

ଭିଓ-1--ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ନନ୍ଦପଡା ର ଵଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ସମ୍ପନ୍ନ ହୋଇଛି।ନୃସିଂହ ନିଉତା ଅର୍ଥ ହେଉଛି ଦେବ ଦମ୍ପତିଙ୍କ ବିବାହର ନିମନ୍ତ୍ରଣ କାର୍ଯ୍ୟ।ଆଉ ଏହି କାର୍ଯ୍ୟକୁ ଭଗବାନ ନରସିଂହ ହିଁ କରନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଳମ୍ୱିତ ରାତ୍ରି ଏହି ପରମ୍ପରା ସମ୍ପନ୍ନ ହୋଇଛି।ପାରମ୍ପରିକ ରୀତିନୀତି ରେ ପୂଜାର୍ଚ୍ଚନା ପରେ ଭଗବାନ ନୃସିଂହ ଏକ ଦିବ୍ୟ ବିମାନରେ ଉପବିଷ୍ଟ ହୋଇ ସହର ର ସମସ୍ତ ଦେବାଳୟ କୁ ଯାଇ ମିଠେଇ,ସୁପାରୀ ଓ ହଳଦୀ ଗୁଣ୍ଡ ଦେଇ ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ ଦେବା ଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି।ଭଗବାନ ନୃସିଂହ ଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ର ରେ ପାରମ୍ପାରିକ ଲୋକ କଳାକାର ସମିଲ ହୋଇ ନିଜ କଳା ପରିବେଷଣ କରିଥିଲେ।ଘଣ୍ଟ ଶଙ୍ଖ ଓ ମର୍ଦଳ ର ତାଳ ଅଧ୍ୟତ୍ମିକ ପରିବେଶ ସୃଷ୍ଟି କରିଥିଲା।

ବାଇଟ-1--ଶଶାଙ୍କ ମିଶ୍ର,ମୁଖ୍ୟ ପୂଜକ,ନନ୍ଦପଡା ଶୀତଲଷଷ୍ଠୀ।

ଭିଓ-2--ତେବେ କେବଳ ନନ୍ଦପଡା ଶୀତଲଷଷ୍ଠୀ ଯାତ୍ରାରେ ହିଁ ନୃସିଂହ ଭଗବାନ ଦେବ ନିମନ୍ତ୍ରଣ କରନ୍ତି।ଏହା ପଛରେ ରହିଛି ରୋଚକ କାହାଣୀ।ପୂର୍ବରୁ ଏଠାରେ ଏହି କାର୍ଯ୍ୟ ଶ୍ରୀକୃଷ୍ଣ ଭଗବାନ କରୁଥିଲେ ତେବେ ବହୁ ବର୍ଷ ପୂର୍ବେ ମହାନଦୀ ରେ ଏକ ଭୟଙ୍କର ବନ୍ୟା ହୋଇଥିଲା।ସେ ସମୟରେ ବନ୍ୟା ଜଳରେ ନରସିଂହ ଭଗବାନ ଙ୍କ ଏକ କାଠ ମୂର୍ତ୍ତି ନିଜେ ଆସି ଵଂ ବରାଡ଼ ବାବା ଙ୍କ ମନ୍ଦିରରେ ଅଟକି ରହିଥିଲେ।ସେହି ଦିନଠାରୁ ଏଠାରେ ନରସିଂହ ଙ୍କ ସ୍ଥାପନ ଜରାଯାଇ ଏହି ନୂଆ ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ।  ବର୍ଷକରେ ଥରେ ଭଗବାନ ନରସିଂହ ଙ୍କ ଦର୍ଶନ ଏହି ସମୟରେ ମିଳିଥାଏ।ଆଉ ସେ ପ୍ରଖର ଓ ପ୍ରତ୍ୟକ୍ଷ ବୋଲି ବିଶ୍ଵାସ କରାଯାଏ।ସେଥିପାଇଁ ନରସିଂହ ଭଗବାନଙ୍କ ଏହି ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁ ନ୍କ ଭିଡ଼ ଜମେ।

ବାଇଟ-2-ରାମ ଚରଣ ମିଶ୍ର, ପ୍ରମୁଖ ସଦଦ୍ୟ,ନନ୍ଦପଡା ଶୀତଲଷଷ୍ଠୀ ଯାତ୍ରା।
ବାଇଟ-3-ସମୀର ରଞ୍ଜନ ବାବୁ,ସଭାପତି,ନନ୍ଦପଡା ଶୀତଲଷଷ୍ଠୀ ଯାତ୍ରା କମିଟି।

ଫଭିଓ-ବିଶ୍ୱାସ କରାଯାଏ ଭଗବାନ ନରସିଂହ ଦେବ ନିମନ୍ତ୍ରଣ ପାଇଁ ବାହାରିଲେ ତାଙ୍କର ଦର୍ଶନ କଲେ ମନସ୍କାମନା ପୂର୍ଣ ହୋଇଥାଏ।

ଭିଜୁଆଲ ମଜୋରୁ ଅଫଲୋଡ଼ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.