ETV Bharat / bharat

ଦେଶରେ ଟଙ୍କାର ନୁହେଁ, ସରକାରଙ୍କ ମାନସିକତାରେ ଅଭାବ ରହିଛି: ନୀତିନ ଗଡକରୀ

author img

By

Published : Jan 20, 2020, 11:30 AM IST

ରବିବାର ମୁମ୍ବାଇ ନାଗପୁରର ବିଶେଶ୍ବରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟର ଡାଇମଣ୍ଡ ଜୁବଲି ଉଦଘାଟନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଦେଶରେ ଟଙ୍କାର ଅଭାବ ନାହିଁ । ଯଦି କିଛି ଅଭାବ ଅଛି ତାହା ହେଉଛି ସରକାରଙ୍କ କାମ କରିବାର ମାନସିକତାରେ ।

nitin gadkari
ଦେଶରେ ଟଙ୍କାର ଅଭାବ ନାହିଁ: ନୀତିନ ଗଡକରୀ

ମୁମ୍ବାଇ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । ସରକାର କିନ୍ତୁ ମାନ୍ଦାବସ୍ଥାକୁ ସ୍ବୀକାର କରୁନଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ମୁମ୍ବାଇ ନାଗପୁରର ବିଶେଶ୍ବରାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟର ଡାଇମଣ୍ଡ ଜୁବଲି ଉଦଘାଟନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଛାତ୍ରାଛାତ୍ରୀଙ୍କୁ ସମ୍ବୋଧନ କରି କିଛି ଏପରି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଶରେ ଟଙ୍କାର ଅଭାବ ନାହିଁ । ଯଦି କିଛି ଅଭାବ ଅଛି ତାହା ହେଉଛି ସରକାରଙ୍କ କାମ କରିବାର ମାନସିକତାରେ । ନିର୍ଣ୍ଣୟ ନେବା ପାଇଁ ଯେଉଁ ସାହସ ଦରକାର ତାହା ନାହିଁ । ଏହାସହ ସେ କହିଛନ୍ତି ଯେ ବିଗତ ବର୍ଷ ସଡକ ବିକାଶ ନିମନ୍ତେ 17 ଲକ୍ଷ କୋଟି ଟଙ୍କାର ଯୋଜନା ହୋଇଥିବା ବେଳେ ଚଳିତ ବର୍ଷ ସଡକ ପ୍ରଶସ୍ତିକରଣ ନିମନ୍ତେ 5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ଏଠାରେ କହି ରଖୁଛୁ ଯେ, ଏହା ପୂର୍ବରୁ ସେ ଶନିବାର କହିଥିଲେ ଯେ 2024-25 ପର୍ଯ୍ୟନ୍ତ 5000 ଅରବ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ କଠିନ । କିନ୍ତୁ ଏହା ଅସମ୍ଭବ ବି ନୁହେଁ । ଘରୋଇ ଉତ୍ପାଦନ ବଢାଇବା ସହ ଆମଦାନୀ ଉପରେ କମ ନିର୍ଭରଶୀଳ ହେଲେ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.