ETV Bharat / bharat

ବିଶ୍ବରୁ ଦୂର ହେବ କୋରୋନା ସଙ୍କଟ, ଖୁବଶୀଘ୍ର ପ୍ରସ୍ତୁତ ହେବ ଭ୍ୟାକ୍ସିନ: ନୀତିନ ଗଡକରୀ

ଦୀର୍ଘ ସମୟ ପର୍ଯ୍ୟନ୍ତ କୋରୋନା ନିଜର ଅସ୍ତିତ୍ବ ରଖିପାରିବନାହିଁ । ଖୁବ ଶୀଘ୍ର ଏହାର ପ୍ରତିଷେଧକ ପ୍ରସ୍ତୁତ ହେବ । ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଜନ ସମାବେଶକୁ ସମ୍ବୋଧିତ କରିବାବେଳେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ ।

Nitin Gadkari said - Corona crisis will not last long, vaccine will be available soon
ବିଶ୍ବରୁ ଦୂର ହେବ କୋରୋନା ସଙ୍କଟ, ଖୁବଶୀଘ୍ର ପ୍ରସ୍ତୁତ ହେବ ଭ୍ୟାକ୍ସିନ: ନୀତିନ ଗଡକରୀ
author img

By

Published : Jun 15, 2020, 8:15 AM IST

ନୂଆଦିଲ୍ଲୀ: ଦୀର୍ଘ ସମୟ ପର୍ଯ୍ୟନ୍ତ କୋରୋନା ନିଜର ଅସ୍ତିତ୍ବ ରଖିପାରିବନାହିଁ । ଖୁବ ଶୀଘ୍ର ଏହାର ପ୍ରତିଷେଧକ ପ୍ରସ୍ତୁତ ହେବ । ରବିବାର ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଜନ ସମାବେଶକୁ ସମ୍ବୋଧିତ କରିବାବେଳେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନୀତିନ ଗଡକରୀ ।

ସେ କହିଛନ୍ତି ଯେ, କୋରୋନା ପ୍ରତିଷେଧକ ତଥା ଟୀକା ବାହାର କରିବାକୁ ଆମ ଦେଶ ତଥା ବିଶ୍ବର ସମସ୍ତ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି । ଆଉ ଏଯାବତ୍ ମିଳିଥିବା ତଥ୍ୟକୁ ଦୃଷ୍ଟିରେ ରଖି ମୁଁ ଆତ୍ମବିଶ୍ୱାସର ସହ କହିପାରିବ ଯେ ଖୁବ୍ ଶୀଘ୍ର ଆମକୁ ଏହି ଟୀକା ଉପଲବ୍ଧ ହେବ ଏବଂ କୋରୋନା ସଙ୍କଟ ସମାପ୍ତ ହେବ ।

ଗତ କିଛି ଦିନ ହେବ ବିଜେପି ନେତା କୋରୋନା ସଙ୍କଟ ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ସମାବେଶର ଆୟୋଜନ କରୁଛନ୍ତି । ଏହି ଭର୍ଚୁଆଲ ରାଲି ମାଧ୍ୟମରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରାଯାଉଛି । ସୂଚନାଯୋଗ୍ୟ, ରବିବାର ଗଡକରୀ ଗୁଜୁରାଟ ଜନ ସମାବେଶରେ ନିଜ ଭାଷଣ ରଖିଥିଲେ ।

ତେବେ ଗଡକରୀ କୋରୋନା ସଙ୍କଟ ଶୀଘ୍ର ଶେଷ ହେବ ଏବଂ ଟିକା ଉପଲବ୍ଧ ହେବା କଥା କହୁଥିବା ବେଳେ ଡାକ୍ତରୀ ବିଶେଷଜ୍ଞ ଦଳ ଏଯାବତ ଏଥିରେ କୌଣସି ବିଶେଷ ସଫଳତା ହାସଲ କରିନାହାନ୍ତି । ଏହି ଭୂତାଣୁ ବିଶ୍ବ ବ୍ୟାପୀ ଦ୍ରୁତଗତି ପ୍ରସାରିତ ହେଉଥିବା ବେଳେ 4 ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.