ETV Bharat / bharat

କୋରୋନା ଯୁଦ୍ଧରେ ଆମେ ନିଶ୍ଚିତ ଜିତିବା: ନୀତିନ ଗଡକରୀ - କୋରୋନା ଯୁଦ୍ଧ

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏହି କଷ୍ଟ ସମୟରେ ସରକାର ସମସ୍ତଙ୍କ ସହ ଛିଡା ହୋଇଛନ୍ତି। ଆମେ ନିଶ୍ଚେ ଜିତିବା...

Nitin gadkari
ନିତିନ ଗଡକରୀ
author img

By

Published : May 2, 2020, 12:59 PM IST

ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାର 2 ଦିନ ପୂର୍ବରୁ ଏହାକୁ 2 ସପ୍ତାହ ପାଇଁ ବଢାଇ ଦେଇଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଏହି କଷ୍ଟ ସମୟରେ ସରକାର ସମସ୍ତଙ୍କ ସହ ଛିଡା ହୋଇଛନ୍ତି। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଦେଶରେ ଉନ୍ନତି ହୋଇଛି। ଦେଶରେ ପରିସ୍ଥିତି ଧୀରେ ଧୀରେ ସ୍ବଭାବିକ ହେବାରେ ଲାଗିଛି।

ଦିଲ୍ଲୀ, ମୁମ୍ବାଇ, ପୁଣେ ଭଳି ଅନେକ ସହରରେ ସମସ୍ୟା ବଢିବାରେ ଲାଗିଛି। ଆମକୁ ରେଡ୍ ଜୋନରେ ସତର୍କ ରହିବାକୁ ପଡିବ । ଏହା ମଧ୍ୟ ସତ ଯେ, ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ଅନେକ ଜିନିଷରେ ରିହାତି ଦେଇଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଧୀରେ ଧୀରେ ଶିଳ୍ପଗୁଡିକର ବ୍ୟବସାୟ ମଧ୍ୟ ଆରମ୍ଭ ହୋଇଛି। ଜାତୀୟ ରାଜପଥ ପଥ ଖୋଲାଯାଇଛି ।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, କୋରୋନା ଭାଇରସ ବିଦେଶୀ ପୁଞ୍ଜି ନିବେଶ ପାଇଁ ଏକ ଉତ୍ତମ ସୁଯୋଗ। ଆମେ ସକାରାତ୍ମକ ମନୋଭାବ ସହିତ MSME କୁ ଆଗକୁ ନେବା । କୋରୋନା ମହାମାରୀ ସମ୍ପର୍କରେ ସେ କହିଛନ୍ତି, ଆମେ କୋରୋନା ବିରୋଧରେ ଯୁଦ୍ଧରେ ଜିତିବା। ସଙ୍କଟର ଏହି ମୁହୂର୍ତ୍ତରେ ଦେଶ ସୁସ୍ଥ ରହିବ ।

ଅନ୍ୟପକ୍ଷେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପ୍ରବାସୀ ଭାରତୀୟଙ୍କ ପାଇଁ ପରିବହନ ଅନୁମତି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ କିନ୍ତୁ ଲୋକଙ୍କୁ ନେବାକୁ ଚୂଡାନ୍ତ ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲା ଅଧିକାରୀ ଏବଂ ରାଜ୍ୟ ସରକାର ଗ୍ରହଣ କରିବା ଉଚିତ୍।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.