ଚଣ୍ଡିଗଡ: ଚଳିତ ବର୍ଷ ଅକ୍ଟୋବର 21 ତାରିଖରେ ହେବାକୁ ଯାଉଛି ହରିୟାଣା ବିଧାନସଭା ନିର୍ବାଚନ। ଦିନକୁ ଦିନ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି।
ଏହିକ୍ରମରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଦଳ ପାଇଁ ପ୍ରଚାର କରିଥିଲେ । ବୁଧବାର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଏହି ଜିଲ୍ଲାରେ ଅବସ୍ଥିତ ଲାଡୱା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ପୱନ ସୈନିଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିବେ । ଅନ୍ୟପଟେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ହରିୟାଣାରେ ପ୍ରଚାର ମୈଦାନକୁ ଓହ୍ଲାଇବେ।