ନୂଆଦିଲ୍ଲୀ: ରବିବାର ସକାଳେ ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟରେ ମତଦାନ ଚାଲୁ ରହିଛି । ଭୋଟ୍ ଗ୍ରହଣ ଆରମ୍ଭ ହେବା ପରେ ପରେ ନିଜ ନିଜ ନେତା ବାଛିବା ପାଇଁ ଭୋଟର ବୁଥ୍ ମୁହାଁ । ଏହି କ୍ରମରେ ମତଦାନ କେନ୍ଦ୍ରରେ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ଧାଡିରେ ଛିଡା ହୋଇ ଭୋଟ ଦେଲେ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ଓ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ।
ଦେଶର 7ଟି ରାଜ୍ୟର ୫୯ଟି ଆସନ ପାଇଁ ଏଥିରେ ମତଦାନ ହେଉଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।
ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ନୂଆଦିଲ୍ଲୀରେ ମତଦାନ ସାବ୍ୟସ୍ତ କରିଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା ନୂଆଦିଲ୍ଲୀସ୍ଥିତ ପୋଲି୍ଂ ବୁଥ୍ରେ ନିଜ ଭୋଟ ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାରର ୮ଟି, ହରିୟାଣାର ୧୦ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଭୋଟ ପଡୁଛି । ୫୯ଟି ଲୋକସଭା ଆସନ ପାଇଁ ୯୭୯ ଜଣ ପ୍ରାର୍ଥୀ ହୋଇଥିବାବେଳେ ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଉଛନ୍ତି ।