ନୂଆଦିଲ୍ଲୀ: ସବୁ ଚାଲ ଶେଷରେ ମାରିଲା ଫେଲ । ବର୍ତ୍ତି ପାରିଲେନି ନିର୍ଭୟା ଦୋଷୀ । ଶେଷରେ 7 ବର୍ଷ ପରେ ଶୁକ୍ରବାର ସକାଳେ ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟାର 4 ଦୋଷୀ । କିନ୍ତୁ ଏମାନଙ୍କୁ ଫାଶୀ ଦଣ୍ଡରୁ ମୁକୁଳାଇବାକୁ ପ୍ରୟାସ କରିଥିବା ସେମାନଙ୍କ ଓକିଲ ଏ.ପି ସିଂହ ପୁଣି ବିବାଦୀୟ ବୟାନ ଦେଇ ଅଡୁଆରେ।
ନିର୍ଭୟାଙ୍କ ଚରିତ୍ରକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ଏନେଇ ତାଙ୍କ ଉପରେ କିଛି ମହିଳା ସମାଜସେବୀ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ରକ୍ଷା କରିଥିଲା । ଗୁରୁବାର ସମସ୍ତ ଆବେଦନ ଖାରଜ ହୋଇଯିବା ପରେ କୋର୍ଟ ବାହାରେ ସେ ଗଣମାଧ୍ୟମ ସମ୍ମୁଖରେ ଅଜବ ଯୁକ୍ତି କହିଛନ୍ତି ।
ରାତି ସାଢ଼େ 12ଟା ପର୍ଯ୍ୟନ୍ତ କାହିଁକି ‘ନିର୍ଭୟା’ଙ୍କ ମା’ ତାଙ୍କ ଝିଅ କେଉଁଠି ଅଛନ୍ତି, କାହା ସହିତ ଅଛନ୍ତି ଜାଣିବାକୁ ଚେଷ୍ଚା କରିନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଆହୁରି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଓକିଲ ଏପି ସିଂ ।
@ANI