ETV Bharat / bharat

ନିର୍ଭୟାଙ୍କୁ ନ୍ୟାୟ; ଆଜିର ଦିନ ଐତିହାସିକ କହିଲେ ସ୍ବାତୀ ମାଲିୱାଲ

author img

By

Published : Mar 20, 2020, 8:05 AM IST

ଆଜିର ଦିନକୁ ଐତିହାସିକ କହିଲେ ସ୍ବାତୀ ମାଲିୱାଲ । ଶେଷରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଅଧିକ ପଢନ୍ତୁ...

It's a historic day says maliwal
ଆଜିର ଦିନ ଐତିହାସିକ କହିଲେ ସ୍ବାତୀ ମାଲିୱାଲ

ନୂଆଦିଲ୍ଲୀ: ସାତ ବର୍ଷ ପରେ ଫାଶୀ ଖୁଣ୍ଟରେ ଝୁଲିଲେ ଦୋଷୀ । ନିର୍ଭୟାଙ୍କୁ ମିଳିଛି ନ୍ୟାୟ । ଫାଶୀ ପରେ ନିର୍ଭୟାଙ୍କ ମା ଖୁସି ହୋଇଥିବା ବେଳେ ଦିଲ୍ଲୀ କମିଶନ ଅଫ ୱିମେନ ଚେୟାର ପର୍ସନ ସ୍ବାତୀ ମାଲିୱାଲ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଆଜିର ଦିନ ଆମ ପାଇଁ ଐତିହାସିକ ଦିନ ।

It's a historic day
ଆଜିର ଦିନ ଐତିହାସିକ

7 ବର୍ଷର ସଂଘର୍ଷ ପରେ ନିର୍ଭୟା ନ୍ୟାୟ ପାଇଛି । ତାଙ୍କର ଆତ୍ମାକୁ ଶାନ୍ତି ମିଳୁ । ଏପରି ଅପରାଧ କରିବା ପରେ ଫାଶୀ ସୁନିଶ୍ଚିତ ବୋଲି ଦେଶ ଜନତାଙ୍କୁ ବାର୍ତ୍ତା ଦେଇଛି । ତେଣୁ ଆଗକୁ ଏପରି ଅପରାଧ ଘଟଣା ପୂର୍ବରୁ ଦୋଷୀ ଦଶ ଥର ଭାବିବ । ନଚେତ ଏଭଳି ଦୋଷୀଙ୍କୁ ଅନ୍ୟ କୌଣସି ଦୋଷ ଠିକ ନୁହେଁ ।

ଅନ୍ୟପଟେ ଏନସିଡବ୍ଲ୍ୟୁ ଚେୟାରପର୍ସନ ରେଖା ଶର୍ମା ମଧ୍ୟ ନିର୍ଭୟାକୁ ନ୍ୟାୟ ମିଳିଥିବାରୁ ଖୁସି ଅଛନ୍ତି । କିନ୍ତୁ ଏହି ନ୍ୟାୟ ପୂର୍ବରୁ ହେବା ଉଚିତ ବୋଲି ସେ କହିଛନ୍ତି । ହୁଏତ ଫାଶୀର ତାରିଖ ବାରମ୍ବାର ଘୁଞ୍ଚିଛି, କିନ୍ତୁ ଶେଷରେ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଛି । ଆଉ ପୀଡିତାଙ୍କୁ ନ୍ୟାୟ ମିଳିଛି ।

It's a historic day
ଆଜିର ଦିନ ଐତିହାସିକ

ଏହାସହ ନିର୍ଭୟାଙ୍କ ବାପା ଝିଅକୁ ନ୍ୟାୟ ମିଳିଥିବା ନେଇ ଖୁସି ହୋଇଛନ୍ତି । ଗଣମାଧ୍ୟମ, ସମାଜ ଏବଂ ଦିଲ୍ଲୀ ପୋଲିସକୁ ସେ ଏନେଇ ଧନ୍ୟବାଦ ଦେଇଛନ୍ତି । ମୋ ହସ ପଛର କାରଣ ଆପଣ ନିଶ୍ଚୟ ବୁଝିପାରୁଥିବେ ବୋଲି କହିଛନ୍ତି ବଦ୍ରିନାଥ ସିଂ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.