ETV Bharat / bharat

ମୋ ଲୁହ ବନ୍ଦ ହେବାର ସମୟ ଆସିଛି, ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ; ଆଶା ଦେବୀ - Nirbhaya's convicts

ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଓ ମୋ ଆଖିର ଲୁହ ଖୁବ୍ ଶୀଘ୍ର ବନ୍ଦ ହେବ ବୋଲି ନିର୍ଭୟାଙ୍କ ମା' କହିଛନ୍ତି । ଅଧିକ ଖବର ପଢନ୍ତୁ...

_nirbhya case
ମୋ ଲୁହ ବନ୍ଦ ହେବାର ସମୟ ଆସିଛି, ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ; ଆଶା ଦେବୀ
author img

By

Published : Mar 16, 2020, 5:10 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଠାରୁ ଫାଶୀ ଆଉ ବେଶି ଦୂର ନାହିଁ । ଏହି ରାକ୍ଷସ ମାନଙ୍କ ପାଇଁ ଶେଷ ରାତି ମାର୍ଚ୍ଚ 19 ତାରିଖ ଓ ମାର୍ଚ୍ଚ 20 ତାରିଖ ସକାଳ ସୂର୍ଯ୍ୟୋଦୟ ଦେଖିବା ପୂର୍ବରୁ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ନିର୍ଭୟାଙ୍କ ମା' ପ୍ରତିକ୍ରିୟା ଦେଇ ଇଟିଭିକୁ କହିଛନ୍ତି ।

ମୋ ଲୁହ ବନ୍ଦ ହେବାର ସମୟ ଆସିଛି, ଦୋଷୀଙ୍କୁ ଫାଶୀ ସୁନିଶ୍ଚିତ; ଆଶା ଦେବୀ

ସାତ ବର୍ଷ ପୂର୍ବେ ଏହି ଗଣଦୁଷ୍କର୍ମ ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖି ଦେଇଥିଲା । ବର୍ତ୍ତମାନ ଏହି ଦୋଷୀମାନଙ୍କ ଦଣ୍ଡର ସମୟ ପାଖେଇ ଆସିଛି । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି ଓ ମୋ ଆଖିର ଲୁହ ଖୁବ୍ ଶୀଘ୍ର ବନ୍ଦ ହେବ ବୋଲି ନିର୍ଭୟାଙ୍କ ମା' କହିଛନ୍ତି ।

ଏତେ ବର୍ଷର ଅପେକ୍ଷାରେ ଶେଷରେ ପୁର୍ଣ୍ଣଛେଦ ପଡିବ । ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବ । କାରଣ ଅପରାଧୀଙ୍କ ପାଇଁ ଏବେ ସବୁ ବାଟ ବନ୍ଦ ହୋଇଯାଇଛି । ସେମାନେ ଚାହିଁଲେ ବି ଆଉ କୌଣସି ପ୍ରକାରରେ ନିଜକୁ ରକ୍ଷା କରିପାରିବେ ନାହିଁ। କାରଣ ଦୋଷୀଙ୍କ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଛି।

ଅନ୍ୟପଟେ ଏତେ ଦିନ ଧରି ଫାଶୀ ଘୁଞ୍ଚିବାରେ ଉଭୟ ସରକାର ଓ ଆଇନ ଦାୟୀ ବୋଲି ନିର୍ଭୟାଙ୍କ ମା' କହିଛନ୍ତି । କାରଣ ସରକାର ଆଇନ ତିଆରୀ କରିଛନ୍ତି । ଯାହାର ସୁଯୋଗ ନେଇ ଦୋଷୀ ଏପର୍ଯ୍ୟନ୍ତ ମୃତ୍ୟୁଦଣ୍ଡକୁ ଏଡାଇବାରେ ସଫଳ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.