ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ନିର୍ଭୟାକୁ ନ୍ୟାୟ ମିଳିଲା । 4 ଦୋଷୀଙ୍କୁ ଆଜି ଭୋର 5.30ରେ ଫାଶୀ ଦିଆଗଲା । ତେବେ ଆସନ୍ତୁ ଜାଣିବା ଫାଶୀ ପାଇବା ପୂର୍ବରୁ କିପରି କଟିଥିଲା ଏହି ଚାରି ଦୋଷୀଙ୍କ ଶେଷ ରାତି ।
ସକାଳୁ ଫାଶୀ ପାଇବା ନିଶ୍ଚିନ୍ତ ଜାଣି ରାତିରେ ଶୋଇପାରିନଥିଲେ ଦୋଷୀ ପବନ, ଅକ୍ଷୟ, ବିନୟ ଓ ମୁକେଶ । ତିହାର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଚାରି ଜଣଯାକ ରାତିସାରା ଅନିଦ୍ରା ହୋଇ ରହିଥିଲେ । ଗୁରୁବାର ମଧ୍ୟରାତ୍ରିରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ କାଳେ କିଛି ହେବ ସେନେଇ ଅପେକ୍ଷା କରି ରାତିସାରା ଅନିଦ୍ରା ଥିବା ସୂଚନା ମିଳିଛି ।
ସେପଟେ ସେମାନଙ୍କୁ ଶୀଘ୍ର ଶୋଇବାକୁ ଜେଲ କର୍ତ୍ତୃପକ୍ଷ କହିଥିଲେ ବି ସେମାନେ ଶୋଇନଥିଲେ । ସେହିପରି ସକାଳୁ ସମସ୍ତଙ୍କୁ ଗାଧୋଇବାକୁ କୁହାଯାଇଥିଲେ ବି ସେମାନେ ଗାଧୋଇବାକୁ ରାଜି ହୋଇନଥିଲେ । ଏପରିକି ସେମାନଙ୍କୁ ନିଜର ଶେଷ ଖାଇବା ଦିଆଯାଇଥିଲେ ବି ସେମାନଙ୍କ ମଧ୍ୟରୁ ଜଣେ ହେଲେ ଖାଇନଥିଲେ । ସେହିପରି ଶେଷ ମୁହୁର୍ତ୍ତରେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଜେଲ ପକ୍ଷରୁ ଜଣାପଡିଛି ।
ଅନ୍ୟପଟେ ଫାଶୀ ଦେବାପରେ ସେମାନଙ୍କ ଶରୀରକୁ 30 ମିନିଟ୍ ଝୁଲାଇ ରଖାଯାଇଥିଲା । ପରେ ତଳକୁ ଅଣାଯିବା ସହ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
କିପରି କଟିଥିଲା ଦୋଷୀଙ୍କ ଶେଷରାତି... - nirbhaya convicts spend restless night before hanging
ଦୀର୍ଘ ସାତ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ନିର୍ଭୟାକୁ ନ୍ୟାୟ ମିଳିଲା । 4 ଦୋଷୀଙ୍କୁ ଆଜି ଭୋର 5.30ରେ ଫାଶୀ ଦିଆଗଲା । ତେବେ ଆସନ୍ତୁ ଜାଣିବା ଫାଶୀ ପାଇବା ପୂର୍ବରୁ କିପରି କଟିଥିଲା ଏହି ଚାରି ଦୋଷୀଙ୍କ ଶେଷ ରାତି ।