ETV Bharat / bharat

22 ରେ ଫାଶୀଖୁଣ୍ଟରେ ଝୁଲିବେନି ନିର୍ଭୟାଦୋଷୀ

author img

By

Published : Jan 16, 2020, 4:32 PM IST

ଆସନ୍ତା 22 ଜାନୁଆରୀରେ ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ଫାଶୀ ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଅଧିକ ପଢନ୍ତୁ...

ନିର୍ଭୟା ଘଟଣା: 22 ତାରିଖ ଫାଶୀରେ ଝୁଲିବେନି ଦୋଷୀ

ନୂଆଦିଲ୍ଲୀ: ଆସନ୍ତା 22 ଜାନୁଆରୀରେ ହେବନି ନିର୍ଭୟା ଦୋଷୀଙ୍କୁ ଫାଶୀ । ଦୋଷୀ ମୁକେଶ ସିଂହର ଦୟା ଯାଚିକା ଉପରେ ଶୁଣାଣି କରି ଫାଶୀ ଉପରେ ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି ଦିଲ୍ଲୀର ପଟିୟାଲା ହାଉସ କୋର୍ଟ । ଆସନ୍ତା 22ରେ ଦୋଷୀଙ୍କୁ ଫାଶୀ ନ ଦେବା ପାଇଁ ତିହାର ଜେଲ ପ୍ରଶାସନକୁ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଭୟା ମାମଲାରେ 4 ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂହ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଶେଷ ପ୍ରୟାସ ଆପଣାଇଥିଲା । ମୁକେଶ ତିହାର ଜେଲ ପ୍ରଶାସନ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦୟା ଯାଚିକା ପଠାଇଛି । ଯେତେବେଳ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ପାଖରୁ ଦୟା ଯାଚିକା ଉପରେ କୌଣସି ନିଷ୍ପତ୍ତି ନ ଆସିଛି, ସେତେ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ମୁକେଶଙ୍କ ପକ୍ଷରୁ ଓକିଲ ବୃନ୍ଦା ଗୋଭର ଯୁକ୍ତି ରଖିଥିଲେ । କୋର୍ଟ ଉଭୟ ପକ୍ଷଙ୍କ ଦଲିଲକୁ ଦୃଷ୍ଟିରେ ରଖି ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ସଙ୍କେତ ଦେଇଛନ୍ତି । ଏହି ମାମଲାରେ ଜିଲ୍ଲା ଅଧିକାରୀ ରିପୋର୍ଟ ଦାଖଲ କରିବା ପରେ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.