ETV Bharat / bharat

ନିର୍ଭୟା ମାମଲା: ବିନୟର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

author img

By

Published : Feb 14, 2020, 2:51 PM IST

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚ୍ୟାଲେଞ୍ଜ କରି ଦାଖଲ କରିଥିବା ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

supreme-court
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାକୁ ଶୁକ୍ରବାର ଜୋରଦାର ଝଟକା ଲାଗିଛି । ଫାଶୀଖୁଣ୍ଟରୁ ବଞ୍ଚିବାର ତା'ର ଆଉ ଏକ ପ୍ରୟାସ ବିଫଳ ହୋଇଛି । ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ଦାଖଲ କରିଥିବା ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଜେଲ୍‌ରେ ନିର୍ଯାତନା ଦିଆଯାଉଥିବା କାରଣରୁ ବିନୟ ମାନସିକ ଭାରସାମ୍ୟ ହରାଇ ବସିଛି । ତେଣୁ ତା'ର ମୃତ୍ୟୁଦଣ୍ଡକୁ ଘୁଞ୍ଚାଇବା ଲାଗି ଗୁରୁବାର କୋର୍ଟରେ ଆବେଦନ କରିଥିଲା ସେ । ହେଲେ ବିନୟ ଶାରୀରୀକ ଏବଂ ମାନସିକ ରୂପରେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଦର୍ଶାଇ ତାର ଏହି ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ବିନୟ ମାନସିକ ଏବଂ ଶାରୀରୀକ ରୂପରେ ସମ୍ପୁର୍ଣ୍ଣ ସୁସ୍ଥ ଥିବା ତା'ର ସ୍ବାସ୍ଥ୍ୟଗତ ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ବିନୟର ଏହି ଆବେଦନ ଖାରଜ ହେବା ପରେ ଫାଶୀରୁ ବଞ୍ଚିବା ପାଇଁ ତା ପାଖରେ ଆଉ କୌଣସି ଆଇନ୍‌ଗତ ବିକଳ୍ପ ରହିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.