ETV Bharat / bharat

ନିର୍ଭୟା ମାମଲା: ପୁଣି ଘୁଞ୍ଚିବ ଫାଶୀ ! ରାୟ ସଂରକ୍ଷିତ ରଖିଲେ କୋର୍ଟ - patiala house court

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆସନ୍ତାକାଲି ହେବାକୁ ଥିବା ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛି । ଯାହାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅଧିକ ପଢନ୍ତୁ...

nirbhaya-case
ନିର୍ଭୟା ମାମଲା
author img

By

Published : Mar 2, 2020, 4:48 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କୁ ଆସନ୍ତାକାଲି(ମାର୍ଚ୍ଚ 3) ସକାଳ 6ଟାରେ ଫାଶୀଖୁଣ୍ଟରେ ଝୁଲାଇବାକୁ ଡେଥ ୱାରେଣ୍ଟ ଜାରି ହୋଇଛି । ଏହାପୂର୍ବରୁ ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ସମସ୍ତ ଦୋଷୀ । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ହୋଇ ରହିଛି । ତେଣୁ ଆସନ୍ତାକାଲି ହେବାକୁ ଥିବା ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିବାକୁ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛି ପବନ । ଯାହାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ସୋମବାର ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ପବନ କୁମାର ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କରିଥିଲେ । ଏହାପରେ ସେ ପୂର୍ବାହ୍ନ 12ଟା ସମୟରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.