ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ନୂଆ ଡେଥ ଓ୍ବାରେଣ୍ଟ ଜାରି ହେବା ପରେ ଦୋଷୀଙ୍କୁ ଫେବୃଆରୀ ପହିଲାରେ ଫାଶୀ ହେବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ଏହି ମାମଲାରେ ଦୋଷୀଙ୍କୁ ଡେଥ ଓ୍ବାରେଣ୍ଟ ଜାରି କରିଥିବା ବିଚାରପତି ସତୀଶ ଆରୋରାଙ୍କ ବଦଳି ହୋଇଛି । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଅତିରିକ୍ତ ବିଚାପତି ପଦରେ ଥିବା ଆରୋରାଙ୍କୁ ଏବେ ସୁପ୍ରିମକୋର୍ଟ ପଠାଇ ଦିଆଯାଇଛି । ବିଚାରପତି ସତୀଶ ଆରୋରାଙ୍କୁ ଅତିରିକ୍ତ ରେଜିଷ୍ଟାର ଭାବେ 1 ବର୍ଷ ପାଇଁ ଡେପୁଟେସନରେ ଫଠାଯାଇଛି ।
2012ରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ 4 ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ ଓ୍ବାରେଣ୍ଟ ଜାରି ହୋଇସାରିଛି । ଏହି ମାମଲା ଦୀର୍ଘ ଦିନରୁ କୋର୍ଟରେ ବିଚାରାଧୀନ ଥିଲା । ହେଲେ ଏବେ ଆସନ୍ତା ଫେବୃଆରୀ ପହିଲାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିନ ସ୍ଥିର କରାଯାଇଛି । ପୂର୍ବରୁ ଜାନୁଆରୀ 22ରେ ଫାଶୀ ଦିଆଯିବା ନେଇ ଡେଥ ଓ୍ବାରେଣ୍ଟ ଜାରି ହୋଇଥିଲା ।