ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ଫାଶୀ ପାଇଁ ଜାରି ହୋଇସାରିଛି ନୂଆ ଡେଥ୍ ଓ୍ବାରେଣ୍ଟ । ଫେବୃଆରୀ 1 ସକାଳ 6ଟାରେ ଫାଶୀଖୁଣ୍ଟରେ ଝୁଲିବେ ଚାରି ଦୋଷୀ । ତେବେ ଫାଶୀରୁ ବଞ୍ଚିବା ପ୍ରାଇଁ ଦୋଷୀମାନେ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି । ଏପରି ସ୍ଥିତିରେ ଦୋଷୀ ପବନ ଗୁପ୍ତା ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ପବନ ସୁପ୍ରିମକୋର୍ଟରେ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଛି ।
ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ନିଜକୁ ଘଟଣା ଘଟିଥିବା ସମୟରେ ନାବାଳକ ଥିବା ଦାବି କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଛି । ଦିଲ୍ଲୀ ହାଇକୋର୍ଟର 19 ଡିସେମ୍ବର ରାୟକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଖଲ କରିଛି ପବନ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ଅପିଲକୁ ଖାରଜ କରିସାରିଛନ୍ତି ।